କଳିଙ୍ଗା ଘାଟିରେ ଭୂସ୍ଖଳନ,ଯାତାୟତ ଠପ୍‌

ଲଗାଣ ବର୍ଷା ପରେ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ । ପାହାଡ଼ ଉପରୁ ଧଲିସା ପଥର ଖସଲା ମାଟି । ପଥର ଓ ମାଟି ଅତଡ଼ା ପଡ଼ିବାରୁ କଳିଙ୍ଗା ଘାଟି ସମ୍ପୁର୍ଣ୍ଣ ବନ୍ଦ । କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ । ଫଳରେ ରାସ୍ତାର ଉଭୟପାର୍ଶ୍ବରେ ଅଟକି ରହିଛି ଶହଶହ ଗାଡ଼ିମୋଟର । ସେପଟେ ବିଡୱାଡ଼ା ଓ ରାଞ୍ଚି କରିଡରରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ଉପସ୍ଥିତ ଅଛନ୍ତି ।

ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ସୂତ୍ରମାନଙ୍କ କହିବା ଅନୁସାରେ, ସଭାଗ୍ୟକ୍ରମେ କୌଣସି ପ୍ରାଣହାନି ଘଟିନାହିଁ। କିନ୍ତୁ ବହୁ ସଂଖ୍ୟକ୍ ଗାଡି ରାସ୍ତାରେ ଅଟକିଥିବାରୁ ଯାତ୍ରୀମାନେ ଭୟ ଓ ଅସୁବିଧାରେ ପଡିଛନ୍ତି।

landslide

ସୂଚନାଯୋଗ୍ୟ, ୧୫୭ ନମ୍ବର ବିଜୟୱାଡ଼ା-ରାଞ୍ଚି ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଂଗପୁର ଲୋକେ ଯାତାୟତ କରିଥାନ୍ତି। ଏହି ରାସ୍ତା ଅବରୋଧ ହେବା ଦ୍ବାରା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ପ୍ରଭାବିତ ହୋଇଛନ୍ତି।
ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି। ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ବସ୍‌, ଟ୍ରକ୍‌ ଓ କାର ଅଟକି ରହିଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+