୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କଲେ ବିଏସ୍ଏଫ୍ ଯବାନ
ମାଲକାନଗିରି : ମାଲକାନଗିରି ଠାବ ହେଲା ମାଓ ଡମ୍ପ । ପଡିଆ ଥାନା ଅନ୍ତର୍ଗତ ବାପନପାଲି ଓ ସିଲାକୋଟା ଜଙ୍ଗଲ ଭିତରେ ବିଏସଏଫ ବାହିନୀର ୧୪୨ ବାଟାଲିଆନର ଜବାନମାନେ କଲିଂ ଅପରେସନ କରୁଥିବା ସମୟରେ ଠାବ ହୋଇଛି ମାଓବାଦୀଙ୍କ ଏକ ବଡ ଡମ୍ପ । ସୂଚନାନୁସାରେ ୧୪୨ ବାଟାଲିୟନର ବିଏସ୍ଏଫ୍ ଯବାନ ସିଲାକୋଟା ଅଂଚଳରୁ ସର୍ଚ୍ଚ ଅପରେସନ ଯାଇଥିବା ସମୟରେ ଲ୍ୟାଣ୍ଡମାଇନ ଲାଗିଥିବାର ଜାଣିବାକୁ ପାଇଥିଲେ ।

ପରେ ବୋମା ନିଷ୍କ୍ରିୟ ଦଳକୁ ଡାକି ସର୍ଚ୍ଚ କରିବା ସମୟରେ ତିନୋଟି ଲ୍ୟାଣ୍ଡ ମାଇନ ଉଦ୍ଧାର କରିଥିଲେ । ଦୁଇଟିର ଓଜନ ୧୨ କିଲୋ ଥିବା ବେଳେ ଅନ୍ୟ ଗୋଟିଏ ଲ୍ୟାଣ୍ଡମାଇନର ଓଜନ ୧୫ କିଲୋ ରହିଛି । ତିନୋଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ପରେ ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି । ଘଟଣାସ୍ଥଳରୁ ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ୱାରା ସର୍ଚ୍ଚ କରି ଜବାନମାନେ ଡମ୍ପ ଭିତରୁ ବାହାର କରିଛନ୍ତି ୩ଟି ପ୍ରେସର କୁକର ଆଇଇଡି ବା ଲ୍ୟାଣ୍ଡମାଇନ । ସେଠାରେ ନକ୍ସଲମାନେ ମାଟି ତଳେ ପୋତି ରଖୁଥିଲେ ୨୪ଟି ଜିଲୋଟିନ ଷ୍ଟିକ୍, ୨୦ ମିଟର କୋଡେକ୍ସ ତାହା ଓ ୨୦୦ ମିଟର ବିଦ୍ୟୁତ ତାର ।












Click it and Unblock the Notifications