ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ ଯବାନ ଗୁରୁତର
ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବିସ୍ଫୋରଣରେ ଏକାଧିକ SOG ଯବାନ ଗୁରୁତର ସୂଚନା । ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଛି ।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଆହତ ହୋଇଛନ୍ତି । ବିସ୍ଫୋରଣରେ ୨ଜଣ SOG ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଲମତୁମ୍ବା ଜଙ୍ଗଲରେ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ବିସ୍ପୋରଣରେ ଆହତ ଯବାନଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି ।
ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ଘଟଣା ଘଟିଛି ।

ସୂଚନା ଅନୁସାରେ, ଆଜି ସକାଳେ ଯବାନ ମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ । ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିଲେ। ଯବାନ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୨ଜଣ SOG ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ହଠାତ ଆଇଇଡି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଏବେ ବି ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।












Click it and Unblock the Notifications