ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ଘଟଣା; ଏୟାରଲିଫ୍ଟ ହେଲେ ୨ ଯବାନ

ଆହତ ଦୁଇ ଯବାନଙ୍କୁ ବଲାଙ୍ଗିର ମେଡିକାଲରୁ ବଲାଙ୍ଗିରରେ ପ୍ରଥମେ ଉଭୟ ଯବାନଙ୍କ ସିଟି ସ୍କାନ୍‌ କରିବା ପରେ ଦୁଇ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ଯବାନ ମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ । ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିଲେ। ଯବାନ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୨ଜଣ SOG ଯବାନ ଗୁରୁତର ଆହତ ହୋଇଥିଲେ ।

jawan airlift tobhubaneswar

ଆହତ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସିଟି ସ୍କାନ୍‌ କରିବା ପରେ ଉଭୟ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି।

ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ହଠାତ ଆଇଇଡି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଏବେ ବି ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଲମତୁମ୍ବା ଜଙ୍ଗଲରେ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ବିସ୍ପୋରଣରେ ଆହତ ଯବାନଙ୍କୁ ଉଦ୍ଧାର କରି ପ୍ରଥମେ ଡାକ୍ତରଖାନାକୁ ନିଆଯାଇଥିଲା ।

ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ଘଟଣା ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+