ଆରମ୍ଭ ହେଲା ବାତ୍ୟା 'ୟଶ' ର ଲ୍ୟାଣ୍ଡଫଲ ପ୍ରକ୍ରିୟା
ଆରମ୍ଭ ହେଲା ବାତ୍ୟା ୟଶ ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଅତି ତୀବ୍ର ବେଗରେ ସ୍ଥଳ ଭାଗକୁ ମାଡି ଆସୁଛି ଭୀଷଣ ରୂପ ଧାରୀ ବାତ୍ୟା ୟଶ । ସକାଳ 9ଟାରୁ ଆରମ୍ଭ ହେଲା ବାତ୍ୟା ୟାସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ।
ଭୁବନେଶ୍ୱର: ଆରମ୍ଭ ହେଲା ବାତ୍ୟା ୟଶ ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଅତି ତୀବ୍ର ବେଗରେ ସ୍ଥଳ ଭାଗକୁ ମାଡି ଆସୁଛି ଭୀଷଣ ରୂପ ଧାରୀ ବାତ୍ୟା ୟଶ । ସକାଳ 9ଟାରୁ ଆରମ୍ଭ ହେଲା ବାତ୍ୟା ୟାସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ଓ ବିଜ୍ଞାନ କେନ୍ଦ୍ର ।

ତେବେ ବାତ୍ୟା ଏବେ ବାଲେଶ୍ବର ଦକ୍ଷିଣ ଓ ଦକ୍ଷିଣ ପୂର୍ବରୁ 50 କିମି ଦୂରରେ ରହିଛି । ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍ ଧମରା ର ଉତ୍ତର ଓ ବାଲେଶ୍ବରର ଦକ୍ଷିଣ ଦେଇ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ତେବେ ଏହି ସମୟରେ ପବନର ବେଗ 130 ରୁ 140 ରହିବ ବୋଲି ସୂଚନା ମିଳିଛି ।
VERY SEVERE CYCLONIC STORM YAAS CENTRED ABOUT 50 KM SOUTH-SOUTHEAST OF BALASORE.LANDFALL PROCESS HAS COMMENCED AROUND 0900 HRS IST. pic.twitter.com/esPuoaECL0
— India Meteorological Department (@Indiametdept) May 26, 2021












Click it and Unblock the Notifications