ଜମି ବିବାଦ ସଂଘର୍ଷରେ ଦୁଇ ପରିବାରର ୬ ଗୁରୁତର
ଭଦ୍ରକ: ଜମି ପାଇଁ ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାହଣି । ଏହି ସଂଘର୍ଷରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟାଉନ୍ ଥାନା ବରାଳପୋଖରୀ ଗାଁ ଏପରି ଘଟଣା ଘଟିଛି, ଯାହା ପରେ ଗାଁରେ ବର୍ତ୍ତମାନ ପୋଲିସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ, ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି । ଏପରି ଘଟଣା ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖରୀ ଏକ ନମ୍ବର ୱାର୍ଡରେ ଘଟିଛି । ସମସ୍ତ ଆହତମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍ ମଧ୍ୟରେ ୩ ଜଣ ମହିଳା ମଧ୍ୟ ରହିଛନ୍ତି ।
ଦଳେଇ ଓ ସେନାପତି ପରିବାର ମଧ୍ୟରେ ୪ ବର୍ଷ ମଧ୍ୟ ବିବାଦ ଲାଗି ରହିଛି । ଗତକାଲି ଜମିଜମାକୁ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା। ଗତକାଲି ବିଳମ୍ବ ରାତିରେ ଝଗଡ଼ା ବଢିବା ଯାଇଥିଲା । ଉଭୟ ପରିବାର ମଧ୍ୟରେ ହଣାକଟା ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।












Click it and Unblock the Notifications