ଜମି କିଣାବିକା ନିୟମ ବଦଳିଲା: ପ୍ରଥମେ ଅନଲାଇନ୍ ସ୍ଲଟ୍ ବୁକିଂ, ତା’ପରେ ରେଜିଷ୍ଟ୍ରେସନ

କଟକ: ଜମି କିଣାବିକାକୁ ନେଇ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଜମିଜମା ଇ-ରେଜିଷ୍ଟ୍ରେସନ ବା ପଞ୍ଜିକରଣ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର କରିବା ଲାଗି ଏଣିକି ଅନ୍‌ ଲାଇନ୍‌ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ। ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜୀକରଣ ‌ହେବ ।

ଆଇଜିଆର (ଇନ୍‌ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟେ୍ରସନ୍‌)ଙ୍କ ପକ୍ଷରୁ ଆଜି ସଂପର୍କରେ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍‌ ଡିଡ୍‌ ବା ପଞ୍ଜୀକରଣ ପାଇଁ ସବ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ । ଜମି କିଣାବିକା ପାଇଁ ଅନଲାଇନରେ ଆଗୁଆ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ। ସ୍ଲଟ୍‌ରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ। ଅନଲାଇନ୍‌ରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ ।

Odisha

ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି । ପୂର୍ବରୁ ଅନଲାଇନ୍ ସ୍ଲଟ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ ବୋଲି ଆଇଜିଆରଙ୍କ ପକ୍ଷରୁ କୁହାଯାଇଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଅନଲାଇନରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ଯଥେଷ୍ଟ ସମୟ ପାଇବେ । ଜାଲିଆତି ଉପରେ ଅଙ୍କୁଶ ଲାଗି ପାରିବ । ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ କେନ୍ଦ୍ରରେ ଅନଲାଇନ୍ ସ୍ଲଟ ବୁକିଂ କରାଯାଉଥିବା ବେଳେ ଏନେଇ ବିଧିବଦ୍ଧ ଭାବେ ଗେଜେଟ୍ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+