ଭିଜିଲାନ୍ସ ଜାଲରେ ପଡ଼ିଲେ ଲମତାପୁଟ ଆରଆଇ
କୋରାପୁଟ:ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଲମତାପୁଟ ଆରଆଇ ଓ ପିଅନ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ।ବିଜୟ ବାଗ ଓ ପିଅନ ରୋହିତ ପାଢୀ ଜମି ମାପଚୁପ ପାଇଁ ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ।

ଏହି ମାମଲାରେ ପିଅନ ରୋହିତ ପାଢ଼ୀଙ୍କୁ ବି ଅଟକ ରଖି ପଚାର ଉଚାର ଜାରି ରଖିଛି ଜୟପୁର ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ ମାଛକୁଣ୍ଡରେ ଅଧିକ ଯାଞ୍ଚ କରୁଛନ୍ତି । ଲମତାପୁଟ ତହସିଲ କାର୍ଯ୍ୟାଳୟ ସମେତ ବାସଭବନରେ ଜୟପୁର ଭିଜିଲାନ୍ସର ଟିମ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।












Click it and Unblock the Notifications