ଆଜିଠୁ ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା
Lakhpati Didi: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସୂଚନା ରହିଛି ।
ସୂଚନା ଅନୁସାରେ, ଏହି କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ସମ୍ଭାବ୍ୟ ଲକ୍ଷ୍ୟପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ । କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କିପରି ଅଧିକ ଲକ୍ଷପତି ଦିଦି ସୃଷ୍ଟି କରି ପାରିବେ ସେଇନେଇ ପ୍ରଶିକ୍ଷଣ ଦେବେ । ସେହିପରି ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇ ସାରିଛନ୍ତି ସେମାନେ ଏହି କର୍ମଶାଳାରେ ଯୋଗ ଦେବେ ।

ସ୍କିଲ ଡେଭଲପମେଣ୍ଟ ଯୋଜନାରେ ଟ୍ରେନିଂ ଦିଆଯାଉଛି । ବ୍ୟବସାୟ ବଢାଇ ପାଇଁ ବିନା କୌଣସି ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଦିଆଯାଉଛି । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାର ଲକ୍ଷ ରଖାଯାଇଛି ।












Click it and Unblock the Notifications