ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ବାହାରିବ ଲଗ୍ନ
ଆଉ ଦିନ କେଇଟା ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ଆଜି ବାହାରିବ ଲଗ୍ନ। ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍ ଆଜି ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ମଣ୍ଡଳୀ ସଭା ଆୟୋଜନ କରାଯାଏ। ଏବଂ ସେଠାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା ସମଲେଇଙ୍କ ମନ୍ଦିର ଯାଇ ମାଙ୍କ ନିକଟରେ ଲଗ୍ନପତ୍ର ଅର୍ପଣ କରିଥାନ୍ତି। ତେବେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ମା ସମଲେଇଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ପଶ୍ଚିମ ଓଡିଶାରେ ନୂଆଁଖାଇ ପର୍ବ ପାଳିତ ହୁଏ।













Click it and Unblock the Notifications