ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ
Archana Nag Case: ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି । ଏଥିସହ ବାହାରକୁ ନଯିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ଉଲ୍ଲେଖଥାଉ କି, ମନି ଲଣ୍ଡରିଂ ଆକ୍ଟ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ପରେ ତାଙ୍କୁ ବାରମ୍ବାର ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା । ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ଇଡି । ତେବେ ଆଜି ତାଙ୍କୁ ହାଇକୋର୍ଟରୁ କେବଳ ଗୋଟିଏ ମାମଲାରେ ଜାମିନ ମିଳିଛି । ତେବେ ଅର୍ଚ୍ଚନାଙ୍କ ନାମରେ ଏକାଧିକ ମାମଲା ରହିଥିବାରୁ ସେ ଏବେ ଜେଲରୁ ବାହାରି ବେନି ବୋଲି ଜଣାପଡ଼ିଛି ।

ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ରେ ତାଙ୍କର ଜାମିନକୁ ଏସଡିଜେଏମ କୋର୍ଟ ନାମଞ୍ଜୁର କରିଥିଲେ । ଏହାପରେ ୨୧ ତାରିଖରେ ଭୁବନେଶ୍ୱରର ସ୍ଥିତ ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ଗତ ମାର୍ଚ୍ଚମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଥାନାରେ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ତାଙ୍କୁ ହାଇକୋର୍ଟରୁ ବେଲ୍ ମିଳିଛି । ହେଲେ ଏଯାଏଁ ଜେଲରୁ ବାହାରି ପାରିନି ଜଗବନ୍ଧୁ ।
ତାଙ୍କ ବିରୋଧରେ ଥିବା ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା ମାମଲା ଓ ଇଡି ମାମଲା ମଧ୍ୟ ରହିଛି ।












Click it and Unblock the Notifications