ଜେଲ ଭିତରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ
ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ସ୍ତ୍ରୀ । ଇତିମଧ୍ୟରେ ଜେଲରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ହନିଟ୍ରାପ୍ ଓ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ । ଝାରପଡା ଜେଳରେ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।
ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଥିଲେ ସାବିତ୍ରୀ ବ୍ରତ । ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ସାକ୍ଷାତ କରିବା ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କ ନିବେଦନକୁ ଗ୍ରହଣ କରିନଥିଲେ ।

ଜେଲ୍ ଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଝାରପଡ଼ା ଜେଲରେ ସମସ୍ତ ମହିଳା କଏଦୀ ଏହି ବ୍ରତ ପାଳନ କରିଛନ୍ତି । ଜେଲ୍ କ୍ୟାମ୍ପସରେ ଥିବା ହନୁମାନ ମନ୍ଦିରେ ସାମୁହିକ ସାବିତ୍ରୀ ବ୍ରତ ପାଳନ ହୋଇଛି । ଏଥିପାଇଁ ଜେଲ୍ ପକ୍ଷରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ଏଥିପାଇଁ ଜେଲ ପକ୍ଷରୁ ସେମାନଙ୍କୁ ନୂଆ ଶାଢ଼ି, ଭୋଗ, ଫଳ, ଶଙ୍ଖା, ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଜେଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିଲେ ।












Click it and Unblock the Notifications