ଆଗୁଆ ଜାମିନ ଆବେଦନ କଲେ ଲେଡି ବ୍ଲାକମେଲର, କାଲି ହୋଇପାରନ୍ତି ହାଜିର

ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଆସନ୍ତାକାଲି ସେ କୋର୍ଟରେ ହାଜର ହୋଇପାରନ୍ତି । ସେଥିପାଇଁ ସେ ଆଗୁଆ ଜାମିନ୍‌ ଆବେଦନ କରୁଥିବାର କୁହାଯାଉଛି ।

Bhubaneswar Lady Blackmailer: ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଆସନ୍ତାକାଲି ସେ କୋର୍ଟରେ ହାଜର ହୋଇପାରନ୍ତି । ସେଥିପାଇଁ ସେ ଆଗୁଆ ଜାମିନ୍‌ ଆବେଦନ କରୁଥିବାର କୁହାଯାଉଛି ।

Lady Blackmailer

ଧିରେ ଧିରେ ଖୋଲୁଛି ମାୟାବୀନ ଅର୍ଚ୍ଚନା ନାଗ ଫାସର ଗୁମର । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନାଙ୍କ ବିରୋଧରେ ଥାନାରେ ଦେଇଥିବା FIR କପି ଆଜି ଭାଇରାଲ ହୋଇଛି । ଯେଉଁଥିରେ ଅକ୍ଷୟ ଉଲ୍ଲେଖ କରିଛନ୍ତି ଯେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରି ତିନି କୋଟି ଆଦାୟ କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ।

ତେବେ ଭୁବନେଶ୍ୱର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା। ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ୍‌ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଅକ୍ଷୟଙ୍କୁ ସେ ଜଣେ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍ । ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା । ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଅକ୍ଷୟଙ୍କୁ ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା । ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟ ହେଲା । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇ ପାରିବେ ନାହିଁ ବୋଲି ଅର୍ଚ୍ଚନା ଧମକ ଦେଇଥିବା ଅକ୍ଷୟ ପରିଜା FIRରେ ଉଲ୍ଲେଖ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+