ବନ୍ଧା ହେଲେ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ
ଭବାନୀପାଟଣା : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ। ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜାରିଙ୍ଗ ଛକ ନିକଟରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ଗାଡ଼ିକୁ ଅଟକାଇ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲେ।
ବିଡିଓ ଅକ୍ଷମିତା କାର୍ତ୍ତିକ ଗାଡ଼ି ନମ୍ବର ଓଡ଼ି ୦୨ ସିଏଚ ୨୪୨୪ ବୋଲେରୋରେ ୪ଲକ୍ଷ ୯୨ ଲକ୍ଷ ଟଙ୍କା ନେଉଥିବା ନେଇ ଆଗରୁ ସୂଚନା ପାଇ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଛକି ରହିଥିଲେ। ଏହି ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ। ବିଡିଓଙ୍କ ବ୍ୟତୀତ ଏହି ଗାଡ଼ିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋର୍ଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିଲା ।

ଏହାପରେ ଉକ୍ତ ଟଙ୍କାଙ୍କୁ ଜବତ କରିବା ସହିତ ଭିଜିଲାନ୍ସର ୪ଟି ଟିମ୍ ବିଡିଓ ଘର, ଅଫିସ୍, ସରକାରୀ ଘର ଓ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍ରେ ଚଢ଼ଉ ଆରମ୍ଭ କରିଥିଲା । ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତା କାର୍ତ୍ତିକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। କୋଭିଡ ଫଣ୍ଡ,ରେଡ଼ କ୍ରସ ଫଣ୍ଡ ଆଦି ହଡ଼ପ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଥର ବିଭାଗୀୟ ତଦନ୍ତ ମଧ୍ୟ ହୋଇଛି। ଏପରିକି ମାମଲା ମଧ୍ୟ ରୁଜୁ ହୋଇଥିଲା ବୋଲି ଜଣାପଡିଛି।












Click it and Unblock the Notifications