ରାଜ୍ୟରେ ନିଅଣ୍ଟିଆ ବର୍ଷା, ଚାଷୀଙ୍କୁ ଘାରିଲାଣି ମରୁଡି ଚିନ୍ତା !

ରାଜ୍ୟରେ ନିଅଣ୍ଟିଆ ବର୍ଷା । ଆଉ ଯାହା ବର୍ଷା ହେଉଛି ସେ ଚାଷ ପାଇଁ ନିଅଣ୍ଟ । ତେଣୁ ଏବେ ଚିନ୍ତାରେ ଚାଷୀ । ରାଜ୍ୟରେ ଆଗାମୀ ୫ ଦିନ ଯାଏଁ କାଁ ଭାଁ ବର୍ଷା ହେବ। ଆଜି ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖରେ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ମୋଟାମୋଟି ଭାବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି।

rain

ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ବିଭିନ୍ନ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ । ଏଥର ଚାଷ ହେବ କି ନାହିଁ ସେମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଆଷାଢ଼ ମାସ ଶେଷ ହେବାକୁ ବସିଥିବା ବେଳେ ଆରମ୍ଭ ହୋଇନାହିଁ ଚାଷ କାମ। କିଛି କିଛି ଚାଷ କ୍ଷେତରେ ଚାଷୀ ପୋଖରୀରୁ ପାଣି କ୍ଷେତକୁ ମଡ଼ାଇ ତଳି ପକାଇଛନ୍ତି । ଏବେ ସୁଦ୍ଧା ଚାଷ ସରିଯିବା କଥା। ହେଲେ ଚାଷ ଆରମ୍ଭ ହୋଇନଥିବାରୁ ସେମାନଙ୍କୁ ଚିନ୍ତା ଘାରିଛି । ଖରା ଅଧିକ ହେଉଥିବାରୁ କ୍ଷେତ ଟାଙ୍ଗରା ଭୂଇଁ ହୋଇଗଲାଣି।

ମାଟି ଶୁଖି ଯାଇଛି, ଯେଉଁଠି ବୁଣା ଆରମ୍ଭ ହେବା କଥା ଏବେ ଯାଏଁ ମାଟି ପ୍ରସ୍ତୁତ ହେଇନି। ବର୍ଷାକୁ ଅନେଇ ବସି ବସି ଏବେ ଜୁଲାଇ ଦ୍ବିତୀୟ ସପ୍ତାହ ଆସିଲାଣି। ଚାଷ କେମିତି ହେବ, ଏବେ ତାହା ବଡ଼ ଚିନ୍ତାର ବିଷୟ। ପ୍ରତି ଥର ଭଳି ଏଥର ବି ବର୍ଷାକୁ ଚାତକ ଭଳି ଅପେକ୍ଷା କରି ରହିଛି ଗଜପତି ମୋହନା ଅଞ୍ଚଳର ଚାଷୀ। ଗୋଟେ ଦିଟା ବର୍ଷା ପରେ ଆଶା ଥିଲା ଏଥର ଭଲ ବର୍ଷିବ ବୋଲି। ହେଲେ ବର୍ଷା ତ ଛାଡ଼ନ୍ତୁ ମେଘ ବି ଦିଶୁନି। ଫଳରେ ବିଲରେ ବିହନ ବୁଣିବାକୁ ଡରୁଛି ଚଷା ପିଲା।ଅନ୍ୟପଟେ ଭଗବାନ ଭରସାରେ ଚାଲିଛି ଚାଷ। ମୟୂରଭଞ୍ଜ କପ୍ତିପଦା, ଖୁଣ୍ଟା ବ୍ଲକରେ ଚାଷର ଏମିତି କିଛି ଅବସ୍ଥା। ଯେଉଁଠି ଫୁଟେ ପାଣି ଦରକାର ସେଠି ପାଦେ ପାଣି ବି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+