ବିଧାନସଭାରେ ଲକ୍ଷ୍ମୀ ବସ୍ ପ୍ରସଙ୍ଗ; ଲକ୍ଷ୍ମୀ ବସର ନାମ ଓ ରଙ୍ଗ ପରିବର୍ତ୍ତନର କାରଣ କଣ ? ଉତ୍ତର ରଖିଲେ ମନ୍ତ୍ରୀ
ବିଧାନସଭାରେ ଲକ୍ଷ୍ମୀ ବସ୍ ପ୍ରସଙ୍ଗ ଉଠିଛି । ଗୁରୁବାର ଲକ୍ଷ୍ମୀ ବସକୁ ନେଇ ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଛନ୍ତି । ଲକ୍ଷ୍ମୀ ବସର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କଣ ? ଏହାଦ୍ୱାରା ସରକାର କି ପ୍ରକାର ଲାଭ ପାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ।
ତେବେ ଏହି ପ୍ରଶ୍ନର ଉତ୍ତର ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ରାଜ୍ୟରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଇଥିଲା । ଆଉ ପରେ ପରେ ଏହା ଅନ୍ୟ ଜିଲ୍ଲାକୁ ଆରମ୍ଭ ହେଇଥିଲା । ତେବେ ରଙ୍ଗ ପରିବର୍ତ୍ତନକୁ ନେଇ ମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ଲାଗିନଥିଲା, କେବଳ ଷ୍ଟିକରିଂ କରାଯାଇଥିଲା ।

ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ଲକ୍ଷ୍ମୀ ବସମାନଙ୍କରେ ଲାଗିଥିବା କିଛି ଷ୍ଟିକର ଏକ ରାଜନୈତିକ ଦଳର ଚିହ୍ନ ସହ ମେଳ ଖାଉଥିବାରୁ ସେଗୁଡିକୁ ହଟାଯାଇଥିଲା ।
ଏଥିସହ କିଛି ବସ୍ ଅସୁନ୍ଦର ଦେଖାଯାଉଥିବାରୁ, ଆଦର୍ଶ ଆଚରଣ ବିଧିର ଅବଧି ଶେଷ ହେବା ପରେ ସେଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପରିବହନ ନିଗମର ପୁରୁଣା ରଙ୍ଗକୁ ଉପଯୋଗ କରାଯାଇଥିଲା ବୋଲି ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ।












Click it and Unblock the Notifications