ବିବାଦରେ ଲବ ହାଁସଦା, ରୁଜୁ ହେଲା ଅପରାଧିକ ମାମଲା
ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁର ଲବ ହାଁସଦା । ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ବହୁଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ନେଇ ଏକ ଗୁରୁତର ବିବାଦ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ସୋଲମୀ ମୁର୍ମୁଙ୍କ ଆତ୍ମହତ୍ୟା ଘଟଣା ପରେ ଲବ ହାଁସଦାଙ୍କ ବିରୋଧରେ ବେଙ୍ଗାଲୁରୁରେ ଏକ ଏଫଆଇଆର୍ ରୁଜୁ ହୋଇଛି। ଏହି ଘଟଣାକୁ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁସାରେ, ସୋଲମୀ ମୁର୍ମୁ ଦୁଇ ଦିନ ପୂର୍ବେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପାଇଁ ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସୋଲମୀଙ୍କ ଭାଇ । କେତେକ ରିପୋର୍ଟରେ ଦାବି କରାଯାଇଛି ଯେ, ଲବ ହାଁସଦାଙ୍କର ବହୁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଥିଲା, ଯାହା ଏହି ବିବାଦକୁ ଆହୁରି ଜଟିଳ କରିଛି। ତେବେ ଏହି ଘଟଣା ସମ୍ପର୍କରେ ବିସ୍ତୃତ ତଦନ୍ତ ଜାରି ରହିଛି। ପୋଲିସ ଏହି ମାମଲାରେ ଲବ ହାଁସଦାଙ୍କୁ ପଚରାଉଚରା କରୁଛି।
ଲବ ହାଁସଦା ଜଣେ ଲୋକପ୍ରିୟ ଓଡ଼ିଆ ୟୁଟ୍ୟୁବର ଭାବେ ପରିଚିତ, ଯିଏ ତାଙ୍କର ଭିଡିଓ ମାଧ୍ୟମରେ ବହୁ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। କିନ୍ତୁ ଏହି ଅଭିଯୋଗ ତାଙ୍କର ଖ୍ୟାତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେବେ ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ । ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇବା ପରେ ସୋଲମୀ, ଏନେଇ ଲବଙ୍କୁ ପଚାରିବାରୁ ଲବ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଆଉ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ସବୁଠାରୁ ବଡ଼ କଥା ହେଲା ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବଙ୍କୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଇ ଏତଲାରେ ଲେଖିଛନ୍ତି ।












Click it and Unblock the Notifications