୩୧ରେ KYC ଶେଷ ତାରିଖ , ତା ପୂର୍ବରୁ ସରେଣ୍ଡର କରିବାକୁ କହିଲେ ମନ୍ତ୍ରୀ ନହେଲେ ହେବ କାର୍ଯ୍ୟନୁଷ୍ଠାନ

ବଡ ସୂଚନା ଦେଲେ ମନ୍ତ୍ରୀ । ଜାନୁଆରୀ ୩୧ ରେ ଇ କେୱାଇସି ଶେଷ ହେବ , ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କଲେ ମନ୍ତ୍ରୀ , ବୋଧେ ଭୟରେ ଇ କେୱାଇସି ପାଇଁ ଆସୁ ନାହାନ୍ତି , ଖୁବଶୀଘ୍ର ସରେଣ୍ଡର କଲେ ଭଲ , ବ୍ଲକରେ ୨୦୦ ରୁ ୩୦୦ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି , ସରକାରୀ ଚାକିରୀ କରି ହାତେଇଛନ୍ତି ରାସନ କାର୍ଡ, ସେମାନେ ଶୀଘ୍ର ସରେଣ୍ଡର କଲେ ଭଲ...

krushna patra

ସୁଚନା ଅନୁଯାୟୀ ଗରିବଙ୍କ ରାସନକାର୍ଡକୁ କବଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଯୋଗ୍ୟ ହିତାଧିକାରୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ । ଯଦି ସରକାରଙ୍କୁ କାର୍ଡ ନ ଫେରାନ୍ତି ତାହା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଥିଲେ ।

ମନ୍ତ୍ରୀ କହିଥିଲେ ଯେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ଇ-କେୱାଇସି ଜରିଆରେ ଏହା ସ୍ପଷ୍ଟ ହୋଇଛି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି । ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଯଦି କାର୍ଡ ନ ଫେରାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଓଏଏସ ଅଫିସ, ଡାକ୍ତର ଓ ଅଧ୍ୟାପକ ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଇ-କେୱାଇସି ଯାଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍‌ ଲଗାଇବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+