ବାରବାଟୀ ଲାଇଟ୍‌ ବିଭ୍ରାଟକୁ ନେଇ ଗୋହି ଖୋଳିଲେ କେଭି ସିଂଦେଓ, କହିଲେ ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ

ବାରବାଟୀ ଲାଇଟ୍ ବିଭ୍ରାଟ ଘଟଣାକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି । ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଠିକ୍ ଭାବେ ସବୁକିଛିକୁ ପରିଚାଳନା କରାଯାଇନଥିବା ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଛନ୍ତି । ବିଶ୍ୱ ଦରବାରରେ ଓଡିଶାର ଛବି ଖରାପ ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ ପଲଟା ଆକ୍ରଣ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ।
ବିଜେଡି ସରକାରର ଗୋହି ଖୋଳିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ... ବାରବାଟୀ ଲାଇଟ ଲିଭିଯିବା ଘଟଣାକୁ ନେଇ ବିଜେଡି ସମୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇଟ କଟିବା ଘଟଣା ମନେ ପକାଇ ଟାର୍ଗେଟ୍ କରିଛନ୍ତି । କହିଛନ୍ତି...

k v singhadeo

ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛନ୍ତି, ଟିକେ ମନେ ପକାନ୍ତୁ... ଯେଉଁ ସମୟରେ ରାଷ୍ଟ୍ରପତି ବାରିପଦା ଆସିଥିଲେ, ସେହି ସମୟରେ ପାୱାର ଜେନେରେଟର ନୁହେଁ ସରକାରୀ ସପ୍ଲାଏରୁ ଥିଲା । ସେତେବେଳେ କଣ ହେଲା ଆଜି ଯାଏଁ ସ୍ପଷ୍ଟୀକରଣ ଦେଇନାହାନ୍ତି । ଅନ୍ୟକୁ ପଚାରିବା ପୁର୍ବରୁ ନିଜକୁ ଦେଖନ୍ତୁ

ସେପଟେ ଟାଟା ପାୱାର ଉପରୁ ଦୋଷ ଝାଡିଲେ ଉପମୁଖ୍ୟମନ୍ତ୍ରୀ । ବାରବାଟୀ ଲାଇଟ ବନ୍ଦ ହେବାରେ ଟାଟା ପାୱାରର କିଛି ଭୂମିକା ନାହିଁ । ଗୋଟେ ଟାୱାରର ପାୱାର ଚାଲିଗଲା । ସେଇଟା ଷ୍ଟାଡିୟମ ଜେନେରେଟରରୁ ପରିଚାଳିତ ହୁଏ, ମେସିନ ଫେଲ କଲା । ଓସୀଏ ତଦନ୍ତ କରିବାକୁ କହିଛି । ୧୦ ଦିନ ଭିତରେ ରିପୋର୍ଟ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+