ପିଏମ୍‌ ସୂର୍ଯ୍ୟଘର ପାଇଁ ବଢ଼ୁଛି ଆଗ୍ରହ

ଗୃହରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନା'ରେ କେତେ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ସୁବିଧା ପାଇଛନ୍ତି ଓ କେତେଜଣ ଏଥିପାଇଁ ପଞ୍ଜୀକରଣ କରିଛନ୍ତି ? ତେବେ ଏହାର ଉତ୍ତର ରଖିଥିଲେ କନକ ବର୍ଦ୍ଧନ ସିଂହ ଦେଓ ।

ଯୋଜନାକୁ ନେଇ ବିଧାନସଭାରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଲୋକଙ୍କ ଆଗ୍ରହ ବଢୁଛି । ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୯୩ ହଜାର ୩୬୭ ଜଣ ଲୋକ ପଞ୍ଜୀକରଣ କରିସାରିଛନ୍ତି । ସେମାନଙ୍କ ଭିତରୁ ୨୭୪୦ ଜଣ ହିତାଧିକାରୀ ଏହାର ସୁବିଧା ପାଇଥିବାବେଳେ, ରାଜ୍ୟ ସରକାର ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସିଂହଦେଓ ।

pm surya ghar yojana

ଭଦ୍ରକରେ ସର୍ବାଧିକ 17 ହଜାର 167, ଗଞ୍ଜାମରେ 14 ହଜାର 189 ଜଣ ପଞ୍ଜୀକରଣ କରିଛନ୍ତି । ତେବେ ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ତେବେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+