Get Updates
Get notified of breaking news, exclusive insights, and must-see stories!

କାଲି କୁମାର ପୂର୍ଣ୍ଣିମା: ଚନ୍ଦ୍ର ଗ୍ରହଣ ହେତୁ ଦିନରେ ଚାନ୍ଦ ପୂଜା କରିବାକୁ ମତ

ଭୁବନେଶ୍ୱର : ଆଜି ରାତି ପାହିଲେ କୁମାର ପୂର୍ଣ୍ଣିମା । ସନ୍ଧ୍ୟା ବେଳେ କୁମାରୀ ମାନେ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ହେଲେ କାଲି ଚନ୍ଦ୍ର ଗ୍ରହଣ ହେତୁ ସନ୍ଧ୍ୟାବେଳେ ଦେବନୀତି ନିଷେଧ ରହିଛି ।

କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି । ଅର୍ଥାତ୍ ଚଳିତ ବର୍ଷ ଦିନରେ ହେବ କୁମାର ପୂର୍ଣ୍ଣିମା ।

୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।

kumar_purnima

ଏହି ଚନ୍ଦ୍ରଗ୍ରହଣର ଦୋଷକୁ ଏଡାଇବା ପାଇଁ ଗରିବ ଲୋକଙ୍କୁ ଦାନ କରିବା ଉଚିତ୍ ଏବଂ ଭୋକିଲା ଲୋକଙ୍କୁ ଖାଇବାକୁ ଦେବା ଉଚିତ୍। ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ଦିନ ଲାଗିଥାଏ, ତେଣୁ ଏହି ଦିନ ଦାନ କରିବା ଉଚିତ୍ । ସେହିପରି କ୍ଷୀର, ଦହି କିମ୍ବା ଧଳା ପୋଷାକ ଆଦି ଧଳା ଜିନିଷ ଦାନ କରାଯିବା ଉଚିତ୍ । ଧଳା ରଙ୍ଗ ହେଉଛି ଶାନ୍ତିର ପ୍ରତିକ । ବିଶ୍ୱାସ କରାଯାଏ ଯେ ଏହି ଦାନ କରିବା ଦ୍ୱାରା ଜୀବନରେ ଶାନ୍ତି ବଜାୟ ରହିଥାଏ ।

ଚନ୍ଦ୍ରଗ୍ରହଣର ପ୍ରଭାବ ଏହି ସମୟରେ ହେବ ?

ଗ୍ରହଣର ସ୍ପର୍ଶ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରି ୧ ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ଅକ୍ଟୋବର ୨୮ ତାରିଖ ଅପରାହ୍ନ ୪ ଘଟିକା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ୨୯ ତାରିଖ ରାତ୍ର ୨ଟା ୨୪ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+