କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଗିରଫ
କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କାଲି କୁବେର ଯନ୍ତ୍ରୀ ଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା। ମୁଖ୍ୟଯନ୍ତ୍ରୀଙ୍କ ୨ଟି ଅଟ୍ଟାଳିକା ସହ ୨ ଫ୍ଲାଟ୍ ଓ ୭ ପ୍ଲଟ୍ ଅଛି । ଦେଢ଼ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଊର୍ଦ୍ଧ୍ବ ସୁନାଗହଣା ଜବତ । ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ, ୧୫ଟି ଦାମୀ ହାତ ଘଣ୍ଟା ଠାବ। କାଲି ଭିଜିଲାନ୍ସ ରେଡ୍ ବେଳେ ଝରକା ପଟେ ବିଡ଼ା ବିଡ଼ା ଟଙ୍କା ଫିଙ୍ଗିଥିଲେ ଯନ୍ତ୍ରୀ

ଭିଜିଲାନ୍ସ ଟିମ୍ ଗତକାଲି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍ ବଜାଇବାବେଳେ ଘର ଲୋକ କବାଟ ନଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍ ଫିଙ୍ଗି ଚାଲିଥିଲେ । ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା । ନାକେଦମ୍ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ । ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା । ଭିଜିଲାନ୍ସର ୭ଟି ଟିମ୍ ଗତକାଲି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆ ସ୍ଥିତ ବାସଭବନ ଓ ଲୋକେଇପଶି ସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ସହ ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ।












Click it and Unblock the Notifications