ଅପରାଧିକ ଅଭିଯୋଗ ପରେ ଜଣେ ଥାନା ଅଧିକାରୀ ଗିରଫ, ଜଣେ ନିଲମ୍ବିତ

ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।

ପୁରୀ: ଗୋଟିଏ ଦିନରେ ନିଲମ୍ବିତ ହେଲେ ଦୁଇ ପୋଲିସ ଅଧିକାରୀ । ଏଥି ସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଅପରାଧିକ ଅଭିଯୋଗ ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ। । ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।

 Suspended

କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ଫୁଡ୍ ଭେଣ୍ଡରଠାରୁ ୭ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା । ଦୋଷୀ ପ୍ରମାଣିତ ହେବା ପରେ ତାଙ୍କୁ ପ୍ରଥମେ ସସପେଣ୍ଡ ପରେ ଗିରଫ କରାଯାଇଛି ।

ସେହିପରି ପୁରୀ ସଦର ଥାନା ଏସଆଇ ଅତସୀ ଜେନା ବି ସସପେଣ୍ଡ ହୋଇଛନ୍ତି । କିଛି ଦିନ ତଳେ ଏକ ଜୁଆ ଆଡ୍ଡାରେ ଚଢାଉ କରିଥିଲେ ଅତସୀ । ହେଲେ ଚଢାଉ ପରେ କୌଣସି ମାମଲା ହୋଇନି, ଉପରିସ୍ଥ ଅଧିକାରୀଙ୍କୁ ରେଡ୍ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+