୩୧ ମାର୍ଚ୍ଚ ଯାଏଁ ବଢ଼ିଲା E-KYC ଅବଧି

୩୧ ମାର୍ଚ୍ଚ ଯାଏଁ ବଢ଼ିଲା E-KYC ଅବଧି । E- KYC ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା। ନେଟ୍‌ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E-KYC ଅପଡେଟ୍ ହେଉନି ।

Krushna Chandra Patra

ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ଶେଷ ତାରିଖ ଥିଲା । ଯେଉଁମାନେ ନ କରିବେ , ତାକୁ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଆଜି ପରେ ଆଉ ସମୟ ସୀମା ବଢାଯିବ ନାହିଁ ବୋଲି କୁହାଯାଇଥିଲା । ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ ଇ-କେଓ୍ବାଇସି କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ୩୦ ତାରିଖରେ ସମୟ ସୀମାକୁ ସମ୍ପ୍ରସାରଣ କରିଥିଲେ ।

ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ, ଓ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ ରାସନ କାର୍ଡ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ ଇକେଓ୍ବାଇସି ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥି‌ଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧ , ଜାନୁଆରୀ ୧୫, ଜାନୁଆରୀ ୩୧ ପରେ ଫେବୃଆରୀ ୧୪ ଯାଏଁ ଚତୁର୍ଥଥର ବୃଦ୍ଧି କରିଥିଲେ ରାଜ୍ୟ ସରକାର। ଆଉ ଆଜି ପଞ୍ଚମ ଥର ପାଇଁ ବୃଦ୍ଧି କରିଛନ୍ତି।

ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକ ଚଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+