ଆଜି ପବିତ୍ର ଜନ୍ମାଷ୍ଟମୀ , ଉତ୍ସବମୁଖର ମଥୁରାରୁ ଶ୍ରୀକ୍ଷେତ୍ର
ଆଜି ପବିତ୍ର ଜନ୍ମାଷ୍ଟମୀ , ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଏନେଇ ଚଳ ଚଞ୍ଚଳ କୃଷ୍ଣ ମନ୍ଦିର । ସବୁଠି ପାଳନ କରାଯାଉଛି କୃଷ୍ଣ ଜନ୍ମୋତ୍ସବ ।
ଆଜି ପବିତ୍ର ଜନ୍ମାଷ୍ଟମୀ , ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଏନେଇ ଚଳ ଚଞ୍ଚଳ କୃଷ୍ଣ ମନ୍ଦିର । ସବୁଠି ପାଳନ କରାଯାଉଛି କୃଷ୍ଣ ଜନ୍ମୋତ୍ସବ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳରେ ଜନ୍ମ ହୋଇଥିଲେ କାହ୍ନା । ପରବର୍ତ୍ତୀ ସମୟରେ କଂସ ଭୟରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେହି ଦିନ ଠାରୁ ନନ୍ଦଲାଲ ଭାବେ ପାଳିତ ହୋଇଥିଲେ ଭଗବାନ କୃଷ୍ଣ।

ପରମ୍ପରା ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ଆଜି ସବୁଆଡେ ପାଳନ ହେଉଛି ଉତ୍ସବ। ଦେଶରେ ବିଭିନ୍ନ ଧର୍ମପୀଠରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ ।
ଶ୍ରୀମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେଉଛି । ସ୍ୱତନ୍ତ୍ର ରୀତିନୀତି ପାଇଁ 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଦୁଇ ଘଣ୍ଟା ପାଇଁ ଗୁପ୍ତ ନୀତି ସମୟରେ ଜୟ ବିଜୟ ଦ୍ବାର ବନ୍ଦ ରହିବ । ପଞ୍ଚାକ୍ଷର ମନ୍ତ୍ର ପାଠ ସହିତ ମହାପ୍ରଭୁଙ୍କୁ ପିଠା ଆଦି ପ୍ରସାଦ ଲାଗି କରାଯିବ । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ। ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ ପ୍ରସାଦ ଲାଗି କରାଯାଇଥାଏ। ସେବାୟତ ମାନେ ଏହି ନୀତିକାନ୍ତିରେ ରହିଥାଏ ଅନେକ ଭୂମିକା । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ।












Click it and Unblock the Notifications