ଆଜି ଶ୍ରୀମନ୍ଦିରରେ ହେବ କୃଷ୍ଣ ଜନ୍ମ ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ଆଜି ଶ୍ରୀମନ୍ଦିରରେ ହେବ କୃଷ୍ଣ ଜନ୍ମ ନୀତି । ଆପାତତଃ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ । ସନ୍ଧ୍ୟାଧୂପ ଭୋଗ ଛେକ ପରେ କୃଷ୍ଣ ଜନ୍ମ ନୀତି ଶେଷ ପର୍ଯ୍ୟନ୍ତ ବନ୍ଦ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଗଲା ସୂଚନା ।

ଶୁକ୍ରବାର ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଆରମ୍ଭ ହେବ। ଏହା ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ।
ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଭଣ୍ତାର ଘର ସମ୍ମୁଖରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖାଯାଇ ପୂଜା କରାଯିବ। ୨ ଜଣ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିବେ।
ଅନ୍ୟପଟେ ରବିବାର ଜନ୍ମାଷ୍ଟମୀ ପୂର୍ବଦିନ ମହାପ୍ରଭୁଙ୍କୁ ଯେଉଟ ଭୋଗ ଲାଗିହେବା ସହିତ ବନ୍ଦାପନା କରାଯାଇଥିଲା। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା।












Click it and Unblock the Notifications