ସୁପ୍ରିମକୋର୍ଟରେ ‘କୋଟିଆ କଳି’: ଅଦାଲତ ଅବମାନନା ମାମଲା ରୁଜୁ କଲେ ଓଡ଼ିଶା ସରକାର
୨୦୦୬ ମସିହାରେ କୋଟିଆ ସୀମାବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ପୂର୍ଣ୍ଣାଙ୍ଗ ରାୟକୁ ଆନ୍ଧ୍ରପ୍ରଦେଶ ସରକାର ପାଳନ କରିନଥିବା କହି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।
ଭୁବନେଶ୍ବର: ସୁପ୍ରିମକୋର୍ଟରେ 'କୋଟିଆ କଳି' । ଆନ୍ଧ୍ର-ଓଡିଶା ସୀମା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି ଓଡ଼ିଶା ସରକାର। ୨୦୦୬ ମସିହାରେ କୋଟିଆ ସୀମାବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ପୂର୍ଣ୍ଣାଙ୍ଗ ରାୟକୁ ଆନ୍ଧ୍ରପ୍ରଦେଶ ସରକାର ପାଳନ କରିନଥିବା କହି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ଏହାସହିତ ଏହି ପିଟିସନର ତ୍ୱରିତ୍ ଶୁଣାଣି ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ୧୯୬୮ ମସିହାରେ କୋଟିଆ ସୀମା ପ୍ରସଙ୍ଗ ଉପରେ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ କୋର୍ଟ ଅବମାନନା ଅଭିଯୋଗ ଉଠାଇ ଓଡ଼ିଶା ସରକାର ପିଟିସନ୍ ରୁଜୁ କରିଛନ୍ତି।












Click it and Unblock the Notifications