ବିଧାନସଭାରେ କୋଟିଆ ସୀମା ବିବାଦ ପ୍ରସଙ୍ଗ, ସରକାରଙ୍କୁ ଘରିଲେ ବିରୋଧୀ
ବିଧାନସଭାରେ ଉଠିଲା କୋଟିଆ ସୀମା ବିବାଦ ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ କଲେ ଟାର୍ଗେଟ ।
ଭୁବନେଶ୍ବର: ବିଧାନସଭାରେ ଉଠିଲା କୋଟିଆ ସୀମା ବିବାଦ ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ କଲେ ଟାର୍ଗେଟ । କହିଲେ, ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ । ଏନେଇ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି ନରସିଂହ । ସବୁଦଳର ନେତା କୋଟିଆ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ଧାନ ମଣ୍ଡି ଓ ଚାଷୀ ସମସ୍ୟା ନେଇ ଅନେକ ଆଲୋଚନା ହେଉଛି କିନ୍ତୁ କିଛି ଫଳ ମିଳିନି ବୋଲି କହିଥିଲେ ନରସିଂହ । ଏହା ପରେ କଂଗ୍ରେସ ସଦସ୍ୟ ହେହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ଗୃହକୁ ୧୦ ମିନିଟ ଯାଏଁ ମୁଲତବୀ କରାଯାଇଥିଲା ।












Click it and Unblock the Notifications