କୋଶଳ ରାଜ୍ୟ ଦାବିରେ ବନ୍ଦ ଡାକରା, ୧୧ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ
କୋଶଳ ରାଜ୍ୟ ଦାବିରେ ବନ୍ଦ ଡାକରା, ୧୧ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ
Separate Koshal State: ଆଜି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା । ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲରେ ବନ୍ଦ ପାଳନ କରାଯାଉଛି । କୋଶଳ ସେନା ଓ କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚା ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାହ ସକାଳଠୁ ବିଭିନ୍ନ ସ୍ଥାନରେ ଦେଖିବା ରାଇଁ ମିଳୁଛି । ବନ୍ଦ ପ୍ରଭାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଦିର୍ଘଦିନ ଧରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରିଆସୁଛି କୋଶଳ ସେନା ଓ କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚା । ବଲଙ୍ଗୀରରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିଛି । ବଲାଙ୍ଗୀର ଜିଲ୍ଲାରେ ସକାଳ ୬ରୁ କୋଶଳ ସେନା ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ପ୍ରମୁଖ ଛକ ଓ ସରକାରୀ ଅଫିସ ଚେକିଂ କରାଯାଉଛି । ମହାବନ୍ଦ ଲାଗି ଜନ ଜୀବନ ଓ ଜୀବିକା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଅଫିସ ,ବିଦ୍ୟାଳୟ ଆଦିରେ ତାଲା ପଡିଛି । ହେଲେ ଜରୁରୀ ନିୟୋଜିତ ଯାନବାହାନ ଚଳା ହେଉଛି । ତେବେ ବନ୍ଦ ଡାକରାକୁ ଶାନ୍ତିପୂର୍ଣ୍ଣ ଭେବା ପାଳନ କରାଯାଉଛି ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

କେସିଙ୍ଗା
୧୧ଟି ଜିଲ୍ଲାରେ ୧୨ଘଣ୍ଟିଆ ମହାବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ କେସିଙ୍ଗାରେ ମଧ୍ୟ ଦେଖିବା ପାଇଁ ମିଳିଛି । ଶାନ୍ତି ଶୃଙ୍ଖଳାରେ ବନ୍ଦ ଡାକରା ପାଳନା କରାଯାଉଛି । ଏହା ପ୍ରଭାବରେ ସହରର ସମସ୍ତ ସ୍କୁଲ,କଲେଜ,ବିଭିନ୍ନ ସରକାରୀ କାର୍ଯ୍ୟାଳୟ ,ସମସ୍ତ ଦୋକାନ ଆଦି ବନ୍ଦ ରହିଛି । ଏହ ସହ ଗାଡ଼ି ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି । ଏନ୍ ଏଚ୍ ୨୬କୁ ଅବରୋଧ କରାଯାଇଛି ।
ସମ୍ବଲପୁର
ସେପଟେ କୋଶଳ ରାଜ୍ୟ ଗଠନ ଦାବିରେ ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ କରାଯାଉଛି । ୫୦ରୁ ଅଧିକ ସଂଗଠନ ବନ୍ଦ ଡାକରାକୁ ବିରୋଧ କରୁଛନ୍ତି । ଆଜି ସକାଳେ ରେଳଷ୍ଟେସନରେ ବୋହୁ ସଂଖ୍ୟାରେ ଲୋକ ଏକାଠି ହୋଇ ବନ୍ଦକୁ ବିରୋଧ କରିଥିଲେ । ବନ୍ଦର ପ୍ରଭାହ ଯେପରି ସମ୍ବଲପୁରରେ ନ ପଡ଼ିବ ସେ ନେଇ ଉଦ୍ୟମ ଜାରି ରହିଛି । ସମ୍ବଲପୁରୀ ଭାଷା , ସଂସ୍କୃତି,ସାହିତ୍ୟର କୋଶଳୀକରଣ ଉଦ୍ୟମ ଅଭିଯୋଗ କରାଯାଉଛି ।












Click it and Unblock the Notifications