Get Updates
Get notified of breaking news, exclusive insights, and must-see stories!

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ମହାବନ୍ଦ ଡାକରା

Kosala Mahabandh observed in Western Odisha: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ମହାବନ୍ଦ ଡାକରା । ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୧ ଜିଲ୍ଲା ମହାବନ୍ଦ ଡାକରା ଦିଆଯାଇଛି । ପଶ୍ଚମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଞ୍ଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଛି । ଏନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘର ଫାଟକରେ ତାଲା ପକାଯିବା ସହ ପିକେଟିଂ ଏବଂ ଗାଡ଼ିମୋଟର ବନ୍ଦ କଲେ ଆନ୍ଦୋଳନକାରୀ । ବେଲପାଟଣା ଓ ଖପ୍ରାଖୋଲ ବ୍ଲକରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ସସୁବର୍ଣ୍ଣପୁରର ରାମପୁର, ଡୁଙ୍ଗୁରିପାଳିରେ ମଧ୍ୟ ରାସ୍ତାର ଅବରୋଧ କରାଯାଇଥିବା ବେଳେ ଭବାନୀପାଟଣା, କେସିଙ୍ଗାରେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ସେହିପରି ସମ୍ବଲପୁର ରେଢାଖୋଲରେ ଏନଏଚ ଅବରୋଧ କରାଯିବା କାରଣରୁ ଅଟକିରହିଛି ଗାଡିମୋଟର ।

 Kosala Mahabandh

ଅନ୍ୟପକ୍ଷରେ ବରଗଡ଼ ଗାନ୍ଧି ଛକରେ ପିକେଟିଂ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବୌଦ୍ଧ ଜିଲ୍ଲାରେ କିଛି କିଛି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ସହ ଗାଡ଼ିମୋଟର ଚଳାଚଳ ବନ୍ଦ କରାଯାଇଛି ।

ସୂଚନାଥାଉ ଯେ, ଓଲିଉଡ କଳି ପରେ ପୁଣି ଜୋର ଧରିଛି ଏହି ବିବାଦ । ସରକାର ପଶ୍ଚିମ ଓଡ଼ିଶା ପ୍ରତି ପାତରଅନ୍ତର କରୁଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍, ଦ୍ୱିତୀୟ କୃଷି ବିଦ୍ୟାଳୟ. ଏମ୍ସ ଡାକ୍ତରଖାନା ନିର୍ମାଣ ପାଇଁ ଦିର୍ଘ ଦିନ ହେବ ଦାବି କରାଯାଉଛି ହେଲେ ଏହାକୁ ଅଣଦେଖା କରାଯାଉଛି ଯେଉଁଥି ପାଇଁ ଆଜି କମିଟି ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+