Live

Assembly Election 2024: କିଏ ପିନ୍ଧିବ କୋରେଇ ମୁକୁଟ ? କାହାକୁ ଭରସା କରିଛନ୍ତି କୋରେଇବାସୀ...

କୋରେଇ: ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି କଡା ଟକ୍କର । ଶାସକ ବିଜେଡି ଏବଂ ବିରୋଧୀ ବିଜେପି ମଧ୍ୟରେ ହୋଇଛି ଜୋରଦାର ମୁକାବିଲା । ରାଜ୍ୟରେ ପୁଣି ବିଜେଡି ସରକାର ଗଢିବା ଲକ୍ଷ୍ୟରେ ନିର୍ବାଚନ ଲଢିଥିବା ବେଳେ ସତ୍ତା ପରିବର୍ତ୍ତନ କରିବାକୁ ରଣନୀତି ରଚିଥିଲା ବିଜେପି । ଏଥି ମଧ୍ୟରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା କୋରେଇ ବିଧାନସଭା ଆସନ ଉପରେ ରହିଥିଲା ଫୋକସ୍ ।

ଚତୁର୍ଥ ପର୍ଯ୍ୟାୟରେ ମତଦାନକୁ ଯାଇଥିବା କୋରେଇ ଯାଜପୁର ଲୋକସଭା ଆସନ ଅଧୀନରେ ରହିଛି । ଜିଲ୍ଲାର ସମସ୍ତ ଆସନ ଅପେକ୍ଷା ଏହି ଆସନ ଉପରେ ରହିଥିଲା ସମସ୍ତଙ୍କ ନଜର । କାରଣ ଏଠାରେ ବିଜେଡ଼ି ପ୍ରାର୍ଥିନୀ ସନ୍ଧ୍ୟାରାଣ ଦାସଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ପ୍ରାର୍ଥୀ ଏଥର ନିର୍ବାଚନ ଲଢିଛନ୍ତି । ଅନେକ ସସପେନ୍ସ ପରେ ଶେଷରେ ସନ୍ଧ୍ୟାରାଣୀଙ୍କୁ ମିଳିଥିଲା ଟିକେଟ୍ । ବିଜେଡ଼ିର ଗଡ଼ କୁହାଯାଉଥିବା କୋରେଇ ତଥା ସ୍ୱାମୀଙ୍କ କର୍ମଭୂମିରେ ବିରୋଧୀଙ୍କୁ ଚକମା ଦେବାରେ ଲାଗି ପଡ଼ିଥିଲେ ସନ୍ଧ୍ୟାରାଣୀ ।

Korei Assembly election

ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ପରେ ପ୍ରାର୍ଥୀ ହୋଇଥିଲେ ଅଭିନେତା ଆକାଶ ଦାସନାୟକ । ୨୦୧୪ରେ ବିଜେଡି ଟିକେଟରେ ବିଧାନସଭା ଯାଇଥିଲେ । ଏହା ପରେ ଦଳ ୨୦୧୯ରେ ତାଙ୍କୁ ଦଳ ପ୍ରାର୍ଥୀ କରିନଥିଲା । ଏଥର ବି ଟିକେଟ୍ ନମିଳିବା ନେଇ ଜାଣିବା ପରେ ଆକାଶ ପଦ୍ମ ପୋଖରୀକୁ ଡେଇଁଥିଲେ । ବିଜେପି ଟିକେଟ୍ ପାଇବା ପରେ କୋରେଇ ହାତେଇବାକୁ ଜୋରଦାର ପ୍ରୟାସ କରିଛନ୍ତି ଆକାଶ ।

ତେବେ ବିଜେଡ଼ି ଗଡ଼ରେ ଦଳର ରଣନୀତି କାମ ଦେବ ନା ସ୍ୱାଭିମାନ ଲଢେଇରେ ଆକାଶ ପାଇବେ ସଫଳତା ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଛନ୍ତି । ବିଜେଡ଼ି ହଠାତ୍ ତାଙ୍କୁ ଟିକେଟ୍ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲା । କିନ୍ତୁ ବିଜେଡି ଟିକେଟ୍ ମିଳିବା ପରେ ସନ୍ଧ୍ୟାରାଣୀଙ୍କ ପାର୍ଥୀତ୍ୱକୁ ନେଇ ଦଳରେ ଚାପା ଅସନ୍ତୋଷ ରହିଛି । ବିଜେଡି ବିଧାୟକ ଅଶୋକ ବଳ ଓ ବ୍ୟାସନଗର ପୌର ପରିଷଦର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ପ୍ରଚାର ମଇଦାନରେ ସେଭଳି ଆକ୍ଟିଭ ନାହାନ୍ତି । ସେପଟେ କୋରେଇ ଉପରେ ନଜର ପକାଇଥିବା ପ୍ରୀତିରଞ୍ଜନ ଘଡେଇ ବି ନିରାଶ ହୋଇଛନ୍ତି ।
ଏହି ଅସନ୍ତୋଷ ବିଜେପିରେ ବି କମ୍ ନାହିଁ । ବିଜେଡିରୁ ଆସି ଆକାଶ ଦାସନାୟକ ବିଜେପି ଟିକେଟ୍ ହାତେଇବାକୁ ଅନେକ ଦଳୀୟ ନେତା ବିରୋଧ କରିଥିଲେ । ଗତଥରର ବିଜେପି ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ଓ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ ବିଜେପି ଛାଡି ବିଜେଡିକୁ ଯାଇଛନ୍ତି । ଉଭୟ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିଲେ । ଏବେ ଆକାଶଙ୍କୁ ମାତ୍ ଦେବାକୁ ଉଭୟ ଅଙ୍କ କଷୁଛନ୍ତି ।
ଯାଜପୁର ଲୋକସଭା ଆସନରେ ଥିବା 7 ବିଧାନସଭା କ୍ଷେତ୍ର ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଏବଂ ସୁକିନ୍ଦା ବିଜେଡି ଗଡ଼ ଭାବେ ପରିଚିତ । ସାରା ଜିଲ୍ଲାରେ ବିଜେଡି ନିଜର ସ୍ଥିତି ବେଶ୍ ମଜଭୂତ ରଖିଆସିଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହା ଉପରେ ବିଶେଷ ଫୋକସ୍ ରହିଥାଏ । ଗତ 2019 ନିର୍ବାଚନରେ ସମସ୍ତ 7 ବିଧାନସଭା ସହ ଲୋକସଭାରେ ବାଜିମାତ୍ କରିଥିଲା ବିଜେଡି । 1999 ରୁ ବିଜେଡି ଯାଜପୁର ଲୋକସଭାକୁ ନିଜ ଅକ୍ତିଆରରେ ରଖିଥିବା ବେଳେ 2009 ରୁ କୋରେଇ ଆସନରେ ବିଜୟୀ ହୋଇଆସୁଛି ଶାସକ ବିଜେଡି ।

କିନ୍ତୁ, 2024 ନିର୍ବାଚନରେ ସ୍ଥିତି ସାମାନ୍ୟ ଅଲଗା । ବିଜେଡି ଗଡ଼ରେ ଦେଖିବାକୁ ମିଳିଛି କଡ଼ା ଟକ୍କର । ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ନିର୍ବାଚନୀ ମୈଦାନରେ ବେଶ୍ ସକ୍ରିୟ ରହିବା ସହ ଭୋଟ୍ ହାତେଇବାକୁ ଜୋରଦରା ପ୍ରୟାସ କରିଛନ୍ତି ।

2004 ପର ଠାରୁ ବିଜେଡ଼ି ହାତରେ ରହିଛି କୋରେଇ । ବିଜେଡି ଓ ବିଜେପିର ମେଣ୍ଟ ପ୍ରାର୍ଥୀ ହୋଇ 2004 ରେ କୋରେଇରୁ ବିଜେପି ପ୍ରାର୍ଥୀ ସଞ୍ଚିତା ମହାନ୍ତି ଜିତିଥିଲେ । ଏହାପରଠୁ ବିଜେପି କୋରେଇ ଜିତିପାରିନି । ତେବେ ଗତଥର ବିଜେପି ପ୍ରାର୍ଥୀ ପ୍ରାୟ 17 ପ୍ରତିଶତ ଭୋଟ୍ ବଢାଇଥିଲେ । ବିଜେଡିର ଭୋଟ୍ ପ୍ରତିଶତ କମିଥିଲା । ତେଣୁ ଏଥର ବିଜେଡ଼ିର ଅସନ୍ତୋଷ ଏବଂ ମୋଦୀ ଲହରକୁ ସାହାରା କରି କୋରେଇ ଗଣିତକୁ ନିଜ ସପକ୍ଷରେ ନେବାକୁ ପ୍ରୟାସ କରିଛନ୍ତି ଆକାଶ ।

ସେପଟେ ବିଜୁବାବୁଙ୍କ ଅମଳରେ ଜନତା ଦଳର ଟାଣୁଆ ନେତା ଅଶୋକ ଦାସଙ୍କ ଗଡ ରହିଥିଲା କୋରେଇ । 1974 ରୁ 2004 ମଧ୍ୟରେ ସେ ଏଠାରୁ 54 ଥର ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଅଶୋକ ଦାସଙ୍କ ଗଡରେ ସଂଧ୍ୟାରାଣୀଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ବିଜେଡି । ତେବେ ସନ୍ଧ୍ୟାରାଣୀଙ୍କ ଉପରେ ଅଶୋକ ଦାସଙ୍କ ପରି ବି କୋରେଇ ଭୋଟର ଭରସା କରିବେ କି ନାହିଁ ତାହା କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+