Get Updates
Get notified of breaking news, exclusive insights, and must-see stories!
Live

Koraput Lok sabha Election 2024 LIVE Updates: କୋରାପୁଟରୁ କିଏ ଯିବ ସଂସଦ ?

Lok Sabha Election2024: ରାଜ୍ୟରେ ଆସନ ଦକ୍ଷିଣ ଓଡ଼ିଶାର ଏକ ଚର୍ଚ୍ଚିତ ଆସନ ହେଉଛି କେରାପୁଟ ସଂସଦୀୟ କ୍ଷେତ୍ର । କଂଗ୍ରେସ ତା'ର ଗଡ଼କୁ ସୁରକ୍ଷିତ ରଖିବ ନା ବିଜେଡି, ବିଜେପି ନିଜର ଦମ୍ ଦେଖାଇବେ, ତା' ଉପରେ ରହିଛି ସମସ୍ତଙ୍କ ନଜର ।

ଲୋକେ କାହାକୁ ଗ୍ରହଣ କରିଛନ୍ତି । ତାହାର ଫଳାଫଳ ଆଜି ପ୍ରକାଶ ପାଇବ । କେଇ ଘଣ୍ଟାର ଅପେକ୍ଷା ପରେ ଜଣାପଡ଼ିବ । କୋରାପୁଟ ସାଂସଦ ସପ୍ତଗିରି ଉଲାକା ନିଜ ଆସନ ରକ୍ଷା କରିପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ରାୟଗଡ଼ା ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ର ଗୁଣପୁର, ରାୟଗଡ଼ା, ବିଷମ କଟକ ଏବଂ କୋରାପୁଟ ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ର ଲକ୍ଷ୍ମୀପୁର, କୋରାପୁଟ, ଜୟପୁର ଓ ପଟ୍ଟାଙ୍ଗୀକୁ ନେଇ କୋରାପୁଟ ଲୋକସଭା ଆସନ ଗଠିତ । ସେଥିମଧ୍ୟରୁ ୪ଟି ବିଧାନସଭା ଆସନକୁ ୨୦୧୯ରେ ଅକ୍ତିଆର କରିଥିଲା ବିଜେଡି ।

ସେହିପରି ୩ଟି ବିଧାନସଭା ଆସନ କଂଗ୍ରେସ ହାତରେ ରହିଥିଲା । ବିଜେପି ଏଠି ଖାତା ଖୋଲିବାକୁ ସମର୍ଥ ହୋଇନଥିଲା । ରାଜନୀତି ପଣ୍ଡତଙ୍କ କଗଣନା ଏଥର କୋରାପୁଟରେ ଦେଖିବାକୁ ମିଳିବ ଦୁଇମୁଖୀ ଲଢ଼େଇ । କଂଗ୍ରେସ ଏବଂ ବିଜେଡି ଭିତରେ ହେବ ଦମଦାର ଫାଇଟ୍ । ତୃତୀୟରେ ରହିଯିବ ବିଜେପି ।

କୋରାପୁଟ ଲୋକସଭା ଆସନ ପାଇଁ ପୁଣି ଥରେ ସପ୍ତଗିରି ଶଙ୍କର ଉଲାକାଙ୍କ ଉପରେ ଭରସା କରି ଦେଇଥିଲା ଟିକେଟ । ସପ୍ତଗିରି ଗତ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କୋରାପୁଟରେ ତାଙ୍କର ଭଲ ସଂଗଠନ ରହିଛି । ସବୁଠୁ ବଡ଼ କଥା ହେଲା, ସପ୍ତଗିରି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଉଲାକାଙ୍କ ପୁଅ ।

Koraput Lok sabha  Election

କଂଗ୍ରେସକୁ ଚେକ୍ ଦେଇ ୨୦୦୯ ଏବଂ ୨୦୧୪ ନିର୍ବାଚନରେ କୋରାପୁଟ ଆସନ ହାତେଇ ଥିଲା ବିଜେଡି । ୨୦୦୯ରେ ଜୟରାମ ପାଙ୍ଗୀ ଏବଂ ୨୦୧୪ରେ ଝିନ ହିକକା ବିଜେଡି ଟିକେଟ୍‌ରେ ଲଢ଼ି ସାଂସଦ ହୋଇଥିଲେ । ଏହାପରେ ୨୦୧୯ ନିର୍ବାଚନରେ କୋରାପୁଟ ପାଇଁ ନୂଆ ରଣନୀତି ଆପଣେଇ ଥିଲା ବିଜେଡି, ଖେଳିଥିଲା ମହିଳା କାର୍ଡ । ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ବିଜେଡି କରିଥିଲା ଲୋକସଭା ପ୍ରାର୍ଥୀ । ହେଲେ କୋରାପୁଟ ମିଶନରେ ଫେଲ୍ ମାରିଲା ବିଜେଡିର ରଣନୀତି । କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କଠାରୁ ମାତ୍ର ଅଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଯାଇଥିଲେ କୌଶଲ୍ୟା ।

ଆଉ ଚଳିତ ଥର ମଧ୍ୟ କୋରାପୁଟ ପାଇଁ ସମାନ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ପୁଣିଥରେ କୌଶଲ୍ୟାଙ୍କ ଉପରେ ଭରସା କରିଛି ଦଳ । କୋରାପୁଟ ଲୋକସଭା ଆସନ ଅଧୀନରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ ସଂଗଠନକୁ ମଜଭୁତ କରିଛି ବିଜେଡି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସହ ବିଜେଡିର ବିକାଶ ବାର୍ତ୍ତାକୁ ଆଧାର କରି ଏଥର ନିର୍ବାଚନୀ ବୈତରଣୀ ପାର୍ କରିବାକୁ ଲକ୍ଷ୍ୟ ରଖିଛନ୍ତି କୌଶଲ୍ୟା ।

ସେପଟେ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଏଥର କାଳିରାମ ମାଝିଙ୍କୁ ପ୍ରାର୍ଥୀ କରିଛି । ୨୦୦୮ ମସିହାରୁ କୋରାପୁଟ ଲୋକସଭା କ୍ଷେତ୍ରରେ ସେ ବିଜେପି ସଂଗଠନ ପାଇଁ କାମ କରିଆସିଛନ୍ତି । ହେଲେ ଏପର୍ଯ୍ୟନ୍ତ ସଫଳ ହୋଇନାହନ୍ତି କାଳିରାମ ମାଝି । ଚଳିତ ଥରର ନୂଆ ଚେହେରା ସହ ମୋଦୀଙ୍କ ଗ୍ୟାରେଣ୍ଟି ବଳରେ କୋରାପୁଟରେ ପଦ୍ମ ଫୁଟାଇବାକୁ ଆଶା ରଖିଛି ବିଜେପି ।
ତେବେ ଆଉ କିଛି ସମୟର ଅପେକ୍ଷା ପରେ ହୋଇଯିବ ସ୍ପଷ୍ଟ କିଏ ଏହି ସଂସଦୀୟ କ୍ଷେତ୍ରରୁ କିଏ ଯିବ ସଂସଦ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+