ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନକୁ ସମ୍ମାନିତ
ଭୁବନେଶ୍ବର : ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନକୁ ସମ୍ମାନିତ , ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୨୩ ବର୍ଷ ପାଇଁ ବିଭିନ୍ନ ଅଧିକାରୀକୁ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନକୁ ସମ୍ମାନିତ କରାଯାଇଛି। କୋରାପୁଟ ଡିଭିଜନ ଏସ.ପି ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦିବେଦୀଙ୍କୁ ୨୦୨୩ ବର୍ଷର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ ସମ୍ମାନିତ କରାଯାଇଛି।

ସେହିପରି ଶ୍ରେଷ୍ଠ ଭିଜିଲାନ୍ସ ୟୁନିଟ ଭାବେ ବଲାଙ୍ଗୀର ୟୁନିଟକୁ ସମ୍ମାନିତ କରାଯାଇଛି। ବଲାଙ୍ଗୀର ୟୁନିଟ ଡିଏସପି ପୁଲସ୍ତୀ ଛତ୍ରିଆଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଭିଜିଲାନ୍ସ ବିଭାଗର ଶ୍ରେଷ୍ଠ ତଦନ୍ତକାରୀ ଅଫିସର ଭାବେ ବାଲେଶ୍ବର ଡିଭିଜନର ଭଦ୍ରକ ୟୁନିଟର ଡିଏସପି ଦୁଶ୍ମନ୍ତ କୁମାର ନାୟକଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଭିଜିଲାନ୍ସ ବିଭାଗର ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଫିସର ଭାବେ ବ୍ରହ୍ମପୁର ଡିଭିଜନର ଡିଏସପି ସବିତାଞ୍ଜଳୀ ନାୟକଙ୍କୁ ସମ୍ମାନିତ କରାଯାଇଛି।












Click it and Unblock the Notifications