ଆମିଷ ବ୍ୟାନ ନିଷ୍ପତ୍ତିକୁ ବଦଳାଇଲେ କୋରାପୁଟ ଜିଲ୍ଲାପାଳ
କୋରାପୁଟ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସରେ ଆମିଷ ବ୍ୟାନ ନିଷ୍ପତ୍ତି ବଦଳାଇଲେ ଜିଲ୍ଲାପାଳ । ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ସ୍ୱାଭାବିକ ରହିବ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଆମିଷ ଖାଦ୍ୟ ବିକ୍ରି ଉପରେ ଯେଉଁ ନିଷେଧାଦେଶ ଜାରି କରାଯାଇଥିଲା, ତାହାକୁ ଜିଲ୍ଲାପାଳ ପ୍ରତ୍ୟାହାର କରିଛନ୍ତି। ସମସ୍ତ ପରିସ୍ଥିତିକୁ ସୁଚିନ୍ତିତ ଭାବେ ବିଚାର କରି କଟକଣା ହଟାଇଲେ ଜିଲ୍ଲାପାଳ ।

ପୂର୍ବରୁ ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଆସନ୍ତାକାଲି ଆମିଷ ବିକ୍ରି କଟକଣାକୁ କୋରାପୁଟ ଜିଲ୍ଲାପାଳ ହଟାଇ ଦେଇଛନ୍ତି ।.












Click it and Unblock the Notifications