ବିଦେଶରେ କୋରାପୁଟ କଫିର ମହକ: ଆମେରିକା, ୟୁରୋପ, ସାଉଦି ଆରବକୁ ହେଉଛି ରପ୍ତାନୀ
ବିଦେଶରେ ବଢୁଛି କୋରାପୁଟ କଫିର ଚାହିଦା । ଆମେରିକା, ୟୁରୋପ ଓ ସାଉଦି ଆରବ ଭଳି ଦେଶକୁ ରପ୍ତାନୀ ହେଉଛି କୋରାପୁଟ କଫି । ଯାହାକି କୋରାପୁଟ ଭଳି ଉପାନ୍ତ ଜିଲ୍ଲା ପାଇଁ ଗର୍ବର ବିଷୟ ।
ଭୁବନେଶ୍ୱର: ବିଦେଶରେ ବଢୁଛି କୋରାପୁଟ କଫିର ଚାହିଦା । ଆମେରିକା, ୟୁରୋପ ଓ ସାଉଦି ଆରବ ଭଳି ଦେଶକୁ ରପ୍ତାନୀ ହେଉଛି କୋରାପୁଟ କଫି । ଯାହାକି କୋରାପୁଟ ଭଳି ଉପାନ୍ତ ଜିଲ୍ଲା ପାଇଁ ଗର୍ବର ବିଷୟ ।

ସେପଟେ ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ କଫି ମିଶନ । ମିଲେଟ୍ ମିଶନ ସହ କଫି ମିଶନ ପାଇଁ ନିଷ୍ପତ୍ତି ନେଇଛି ଉଦ୍ୟାନ କୃଷି ବିଭାଗ । ବିଭାଗ ନେଇଥିବା ରୂପାନ୍ତର ପଦକ୍ଷେପଗୁଡ଼ିକ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ ପରେ ମିଶନ ମୋଡରେ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା ହୋଇଛି । ପାଖାପାଖି 5 ହଜାର ହେକ୍ଟର ଜାଗାରେ କଫି ଚାଷ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଫି ଚାଷୀଙ୍କୁ ୪୬ ହଜାର ଏକର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି । ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମଟାପୁଟ, କୋରାପୁଟ ଓ ପଟ୍ଟାଙ୍ଗି ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮ ହଜାର ୭୯୦ କେଜି କଫି ଚେରି ସଂଗ୍ରହ କରିଛି । ୨୦୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଆଗାମୀ ଦିନରେ କଫି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି ।
କୋରାପୁଟ କଫିର ସ୍ୱାଦ, ଗୁଣବତ୍ତା, ବ୍ରାଜିଲ ଓ କଲମ୍ବିଆରେ ଉପ୍ତାଦିତ କଫିଠାରୁ ଭଲ ରହୁଥିବାରୁ ଆମେରିକା, ୟୁରୋପ ଓ ସାଉଦି ଆରବ ଭଳି ଦେଶକୁ କୋରାପୁଟ କଫି ରପ୍ତାନୀ କରାଯାଉଥିବା ଜଣାପଡିଛି । ଟାଟ କଫି ଲିନିଟେଡ କୋରାପୁଟ କଫି କିଣି ଷ୍ଟାର ବକ୍ସକୁ ବିକ୍ରି କରିବା ସହିତ ୟୁରୋପକୁ ରପ୍ତାନୀ କରୁଥିବା ଜଣାପଡିଛି ।
କିଛି ମାସ ତଳେ ପ୍ୟୁଗ୍ ବିନସ ରୋଷ୍ଟର କୋରାପୁଟ ବ୍ରାଉନ ଭେଲ କଫି ଫାର୍ମ ପରିଦର୍ଶନ କରି କଫିର ମାନ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ସାଉଥ୍ ଡାକୋଟାରେ ଉକ୍ତ କଫିର ଚାହିଦା ଦେଖି ସେ ପ୍ରାଥମିକ ପର୍ଯ୍ୟାୟରେ ଏକ ମେଟ୍ରିକ୍ ଟନ୍ କଫି ରପ୍ତାନୀ ପାଇଁ ବ୍ରାଉନ ଭେଲି ଫାର୍ମକୁ ଅନୁରୋଧ କରିଥିବା ଜଣାପଡିଛି । ସେହିପରି ପୁଡିଚେରୀ ଅରୋଭିଲେର କପି ଆଇଡିଆଜ୍ କୋରାପୁଟ କଫି କ୍ରୟକରି ଅନ୍ୟାନ ଦେଶରେ ବିକ୍ରି କରୁଥିବା ଜଣାପଡିଛି ।












Click it and Unblock the Notifications