Get Updates
Get notified of breaking news, exclusive insights, and must-see stories!

Konark Temple: କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌

କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌ । ADG ଜାହ୍ନବୀଜ ଶର୍ମାଙ୍କ ସମେତ ୧୫ ଜଣିଆ ଏକ୍ସପୋର୍ଟ ଟିମ୍ କଲା ଅନୁଧ୍ୟାନ ।

ବିଶ୍ବପ୍ରସିଦ୍ଧ ପ୍ରସ୍ତର ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବା ପାଇଁ ସର୍ଭେ ଓ ସମୀକ୍ଷା ବୈଠକ ହୋଇଛି । ଏନେଇ ସ୍ଥିତି ଅନୁଧ୍ୟାନ କରିଛି 'ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା' ASIର ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ।

କୋଣାର୍କ ମନ୍ଦିର ପରିସରରେ ଦୀର୍ଘ୍ ୩ ଘଣ୍ଟା ଧରି ଏହି ସମୀକ୍ଷା କରାଯାଇଥିଲା । ଅଧିକାରୀମାନେ ମନ୍ଦିରର ବିଭିନ୍ନ ଅଂଶରେ ସର୍ଭେ କରିବା ପରେ ଚୂଡାକୁ ମଧ୍ୟ ଚଢିଥିଲେ । ଦଧିନଉତି ସହ ବିଭିନ୍ନ ଅଂଶଙ୍କୁ ଭଲ ଭାବେ ନିରୀକ୍ଷଣ କରିଥିଲେ ।

Konark Temple

ସୂର୍ଯ୍ୟମନ୍ଦିର ପ୍ରତି ବିପଦ ଆଶଙ୍କାରେ ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରି ଦିଆଯାଇଥିଲା । ସେବେଠାରୁ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ବନ୍ଦ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି ବାହାରିବା ନେଇ ପୁନଃଶ୍ଚ ୨୦୨୨ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୩ ଜାନୁଆରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗାଯାଇଥିଲା । ପରେ ଟନେଲ ଓ ଲିଫ୍ଟ ନିର୍ମାଣ ପାଇଁ ଫର୍ମାଟ ଓ ଲେଆଉଟ କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ଲୁହା ବିମ ବସାଯାଇ ମୁଳଦୂଆ ପକା ଯାଇଥିଲା । ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଲୁହା ବିମ୍‌ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ ସରିଛି ।

ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ ବନ୍ଦ ଥିବା ବେଳେ ସ୍ଥିତି ଅନୁଧ୍ୟାନ କରିବା ସହିତ ଗୁରୁତ୍ୱପୂର୍ଣ ବୈଠକ କରିଛନ୍ତି ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ । ଅନୁଧ୍ୟାନ ଶେଷ କରିବା ପରେ ଏହି ଉଚ୍ଚସ୍ତରୀୟ ଟିମ କୋଣାର୍କ ମନ୍ଦିର ପରିସର ଏକ ସଂକ୍ଷିପ୍ତ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ କରିଛି । ସ୍ଥିତି ଅନୁଧ୍ୟାନ କରିବା ପାଇଁ ADG ଙ୍କ ସହିତ ସମସ୍ତ ଏକ୍ସପୋର୍ଟ ଟିମ୍ ଜଗମୋହନର ଉପର ଭାଗକୁ ଯାଇଥିଲେ । କିଭଳି ଜଗମୋହନର ସୁରକ୍ଷା ସହିତ କାରୁକାର୍ଯ୍ୟର କୌଣସି ପ୍ରକାର କ୍ଷତି ନହେବ, ସେନେଇ ସମୀକ୍ଷା କରିଥିଲେ ।

ପଥର ନିର୍ମିତ ନିଖୁଣ କାର୍ଯ୍ୟକୁ ତନ ତନ କରି ନିରିଖି ଥିଲା ଏହି ଟିମ୍‌ । ସୂଚନାରୁ ଜଣାପଡିଛି ଯେ, ଜଗମୋହନର ଉପରି ଭାଗରୁ ପ୍ରାୟ ପାଞ୍ଚ ମିଟର ଊର୍ଦ୍ଧ୍ବ ତଳକୁ ବାଲି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+