Get Updates
Get notified of breaking news, exclusive insights, and must-see stories!

ବିପଦରେ ମେରାଇନ୍ ଡ୍ରାଇଭ୍ ରାସ୍ତା, ଜୁଆର ମାଡ଼ରେ ଭୁଶୁଡିଲା ସୁରକ୍ଷା ପ୍ରାଚୀର

ବିପଦରେ ମେରାଇନ୍ ଡ୍ରାଇଭ୍ ରାସ୍ତା, ଜୁଆର ମାଡ଼ରେ ଭୁଶୁଡିଲା ସୁରକ୍ଷା ପ୍ରାଚୀର

କୋଣାର୍କ: କୋଣାର୍କରେ ଅଶାନ୍ତ ସମୁଦ୍ର । ଜୁଆର ମାଡ଼ରେ କ୍ଷତିଗ୍ରସ୍ତ ମେରାଇନ୍ ଡ୍ରାଇଭ୍ । ଭାଙ୍ଗିଲା ମେରାଇନ୍ ଡ୍ରାଇଭ୍ ପାଖ ପଥର ବନ୍ଧ । ଦିନକୁ ଦିନ ସମୁଦ୍ର ମାଡ଼ି ଆସୁଥିବାରୁ ସମୁଦ୍ର କୂଳରେ ଥିବା ରାସ୍ତାଟି ଲୀନ ହେବା ଆଶଙ୍କା କରାଯାଉଛି । ଚନ୍ଦ୍ରଭାଗା-ଇକୋ ରିଟ୍ରିଟ ନିକଟରେ ଥିବା ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡିଛି ଏହା ସହ ଢେଉ ମାଡ଼ରେ ଉପୁଡ଼ି ପଡିଲା ୩୩ କେଭିର ୨ଟି ବଦ୍ୟୁତ୍ ଖୁଣ୍ଟ ।

ODISHA

ସମୁଦ୍ର ଗର୍ଭରେ ଦିନକୁ ଦିନ ଲୀନ ହେବାରେ ଲାଗିଛି ମେରାଇନ୍ ଡ୍ରାଇଭ୍ ରାସ୍ତା । ସମୁଦ୍ର ଓ ମେରାଇନ୍ ଡ୍ରାଇଭ୍ ରାସ୍ତା ମଧ୍ୟରେ ଦୁରତା ଦିନକୁ ଦିନ କମିବାରେ ଲାଗିଛି । ବେଳାମାର୍ଗ ପୁରୁଣା ରାସ୍ତାର ସୁରକ୍ଷା ପାଚେରୀ ମଧ୍ୟ ଏବେ ସଙ୍କଟାପନ୍ନ ସ୍ଥିତିରେ । ଉଚ୍ଚ ଜୁଆର ଯୋଗୁ ଧୋଇଯାଉଛି ବେଳାଭୂମି । ପ୍ରଶାସନ ପକ୍ଷରୁ ବାଲି ବସ୍ତା ଓ ବହ୍ଲା ପକାଯାଇ ସ୍ଥିତି ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି । ଆଜି ପୁରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଁଚି ଅନୁଧ୍ୟାନ କରିଛନ୍ତି । ସେପଟେ ସମୁଦ୍ରର ଏପରି ଭୟଙ୍କର ରୁପ ଦେଖି ଚିନ୍ତାରେ ଉପକୂଳିଆ ଲୋକେ ।

ସେପଟେ ଏରସମା ବ୍ଲକ ଶିଆଳିରେ ମଧ୍ୟ କୂଳ ଲଙ୍ଘିଲା ସମୁଦ୍ର । ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବେଳାଭୂମିରେ ଥିବା ଭିୟୁ ଟାୱାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁଇ ବର୍ଷ ମଧ୍ୟରେ ୨ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗ ଆଡକୁ ମାଡ଼ି ଆସିଲାଣି ସମୁଦ୍ର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+