Get Updates
Get notified of breaking news, exclusive insights, and must-see stories!

ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ‌ରେ ଚମକିବ କୋଣାର୍କ ସ୍ଥାପତ୍ୟ

ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ‌ରେ ଚମକିବ କୋଣାର୍କ ସ୍ଥାପତ୍ୟ । ଏଭଳି ଏକ ଯୋଜନା କରିଛି ବିଏସସିଏଲ (ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ) । ପ୍ରଥମ ପର୍ଯ୍ୟାୟରେ ୯ଟି ଟ୍ରାଫିକ୍‌ ପୋଷ୍ଟକୁ ଏଭଳି ନୂଆ ରୂପ ଦିଆଯିବ ବୋଲି ଜଣାପଡ଼ିଛି ।

ଭୁବନେଶ୍ବର: ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ‌ରେ ଚମକିବ କୋଣାର୍କ ସ୍ଥାପତ୍ୟ । ଏଭଳି ଏକ ଯୋଜନା କରିଛି ବିଏସସିଏଲ (ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ) । ପ୍ରଥମ ପର୍ଯ୍ୟାୟରେ ୯ଟି ଟ୍ରାଫିକ୍‌ ପୋଷ୍ଟକୁ ଏଭଳି ନୂଆ ରୂପ ଦିଆଯିବ ବୋଲି ଜଣାପଡ଼ିଛି ।

Bhubaneswar

ଏହି ତାଲିକାରେ ଏୟାରପୋର୍ଟ ଛକ, ଏଜି, ପିଏମ୍‌ଜି, କଳିଙ୍ଗ ହସ୍‌ପିଟାଲ୍‌, ୟୁରେକା ଛକ(ବେହେରା ସାହି), ପାୱାର ହାଉସ୍‌, ରୂପାଲି, ରାମମନ୍ଦିର, ଶିଶୁ ଭବନ ଓ କ୍ୟାପିଟାଲ ହସ୍‌ପିଟାଲ ଛକ ରହିଛି। ଏହି ସବୁ ପୋଷ୍ଟଗୁଡ଼ିକରେ ସିଲିଂ ଫ୍ୟାନ୍‌ ସହିତ ଲାଇଟ୍‌, ଜରୁରୀକାଳୀନ ସୁଇଚ୍‌, ଲାଉଡ୍‌ସ୍ପିକର, ମୋବାଇଲ ଚାର୍ଜିଂ ପଏଣ୍ଟ ରହିବ । ଏ ସବୁ ସୌରଚାଳିତ ହେବ। ଏଥିରେ କୋଣାର୍କ ମନ୍ଦିର‌ରେ ହୋଇଥିବା‌ କାରୁକାର୍ଯ୍ୟ ଶୋଭା ପାଇବ। ଦେଢ଼ ମାସ ଭିତରେ ହିଁ ଏ ସବୁ ନିର୍ମାଣ ହେବ। ପ୍ରତି ପୋଷ୍ଟରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ସ୍ଥିର କରାଯାଇଛି। ଆଗକୁ ପ୍ରତିଟି ପୋଷ୍ଟକୁ ଏଭଳି ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଜଣାପଡ଼ିଛି ।

ସେହିଭଳି ରାସ୍ତାରେ ଥିବା ଟ୍ରାଫିକ୍‌ ଲାଇଟ୍‌ ଖୁଣ୍ଟ ଓ ଅନ୍ୟାନ୍ୟ ଖୁଣ୍ଟିଗୁଡ଼ିକୁ ରଙ୍ଗ ଦେବା ଆରମ୍ଭ ହୋଇଛି। ପ୍ରତ୍ୟେକ ଖୁଣ୍ଟ ଗୋଟିଏ ରଙ୍ଗର(କଳାଧଳା) ହେବ । ଏ ସବୁ କାମ ଗୋଟିଏ ମାସ ଭିତରେ ଶେଷ ହେବ। ଏହାଛଡ଼ା ସ୍ମାର୍ଟ ଜନପଥକୁ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜନପଥର ପରିମଳ ଦାୟିତ୍ବ ବିଏସ୍‌ସିଏଲ୍‌ ନେଇଛି । ହକି ଖେଳ ପାଇଁ ଏହାକୁ ଗୁରୁତ୍ବର ସହ ନିଆଯାଇଥିଲେ ମଧ୍ୟ ଆଗକୁ ଏହି ଧାରା ଜାରି ରହିବ ବୋଲି ଜଣାପଡ଼ିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+