କୋଲକାତା ଇନଭେଷ୍ଟର ମିଟ୍‌;ଓଡ଼ିଶାକୁ ଆସିବ ୧ ଲକ୍ଷ ଟଙ୍କାର ପୁଞ୍ଜି

କୋଲକାତାରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ରୋଡ୍‌ ଶୋ'ରୁ ଓଡ଼ିଶା ପାଇଁ ୧ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହି ରୋଡ୍‌ ଶୋ'ରେ ୫୦୦ରୁ ଅଧିକ ଉଦ୍ୟୋଗପତି, ବ୍ୟବସାୟ ସଂଘ ଓ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲାବେଳେ ୪ଟି ସେକ୍ଟରାଲ ରାଉଣ୍ଡ୍‌ଟେବଲ ସହ ୧୩୦ଟି ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ ଓ ନିଯୁକ୍ତି ସୃଷ୍ଟି ନେଇ ୨୭ଟି ଏମ୍‌ଓୟୁ ହୋଇଛି। ଏବାବଦକୁ ମୋଟ ୮୧,୮୬୪ କୋଟି ଟଙ୍କାର ନିବେଶ ସହ ୬୩,୧୬୧ଟି ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ଏହା ବ୍ୟତୀତ ୧୯ଟି ନିବେଶ ପ୍ରସ୍ତାବ ମଳିଥିବାବେଳେ ମୋଟ ୧୮,୪୫୩ କୋଟି ଟଙ୍କାର ନିବେଶ ଓ ୨୭,୫୯୧ଟି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ରୋଡ୍‌ ଶୋ'ରୁ ମୋଟ ୧ କୋଟିରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶ ସହ ୯୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ଦେଖାଯାଇଛି।

mohan majhi

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ୱୋଦୟ ଦୃଷ୍ଟିକୋଣ ଅଧୀନରେ ଓଡ଼ିଶା ପୂର୍ୱ ଭାରତର ପରବର୍ତ୍ତୀ ଔଦ୍ୟୋଗିକ ବିକାଶର ସହ-ଆଙ୍କର ଭାବେ କାମ କରିବ। ଏହି ବିକାଶ ପ୍ରତିଯୋଗିତାମୂଳକ ନୁହେଁ ବରଂ ସହଯୋଗମୂଳକ ହେବ, ଯେଉଁଠାରେ ରାଜ୍ୟଗୁଡ଼ିକ ପରସ୍ପରର ଶକ୍ତିକୁ ପରିପୂରକ କରି ଏକ ଶକ୍ତିଶାଳୀ ପୂର୍ୱ ଔଦ୍ୟୋଗିକ କରିଡର୍‌ ଗଢ଼ିବେ।

ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଓ ସୁରକ୍ଷିତ ରହିଛି ଏବଂ ସମ୍ୱଳ ଆଧାରିତ ଅର୍ଥନୀତିରୁ ମୂଲ୍ୟ ସଂଯୋଜନ ଓ ଉନ୍ନତ ଉତ୍ପାଦନ କ୍ଷେତ୍ରକୁ ଦ୍ରୁତ ଗତିରେ ରୂପାନ୍ତରିତ ହେଉଛି। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ପୋର୍ଟ-ଲେଡ୍‌ ଔଦ୍ୟୋଗିକୀକରଣର ମୁଖ୍ୟ ସହାୟକ ଭାବେ ପୂର୍ୱ ଓ ମଧ୍ୟ ଭାରତକୁ ସେବା ଯୋଗାଇ ଦେଉଛନ୍ତି। ସମୃଦ୍ଧ ଓଡ଼ିଶା ୨୦୩୬ ଦୃଷ୍ଟିକୋଣ ଉପସ୍ଥାପନ କରି ନବୀକରଣଯୋଗ୍ୟ ଶକ୍ତି ଉପକରଣ, ଟେକ୍ସଟାଇଲ, ଫାର୍ମାସ୍ୟୁଟିକାଲ୍ସ, ଇଲେକ୍ଟ୍ରୋନିକ୍ସ, ଆଇଟି, ଡାଟା ସେଣ୍ଟର ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ବିପୁଳ ସୁଯୋଗ ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର-ପୂର୍ୱ ରାଜ୍ୟଗୁଡ଼ିକର ଉଦ୍ୟୋଗପତିମାନଙ୍କୁ ଓଡ଼ିଶା ସହ ବିସ୍ତାର ଓ ବିବିଧିକରଣ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି।
ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଓଡ଼ିଶା ପୂର୍ୱୋଦୟରେ ପୂର୍ୱ ଭାରତର ପ୍ରାକୃତିକ ବିସ୍ତାର ହବ୍‌ର ଭୂମିକା ନେବ। ଶକ୍ତିଶାଳୀ ଅବସଂରଚନା, ବନ୍ଦର-ଆଧାରିତ ଲଜିଷ୍ଟିକ୍ସ, ସ୍ଥିର ନୀତି, ଦ୍ରୁତ ପ୍ରକଳ୍ପ କାର୍ଯ୍ୟକାରୀ ଓ ଦକ୍ଷ ମାନବ ସମ୍ୱଳ ବିକାଶ ମାଧ୍ୟମରେ ୨୦୩୬ରେ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବ।
ରୋଡ୍‌ ଶୋ'ର ଏହି ସଫଳତା ପରେ ରାଜ୍ୟ ସରକାର ଜାନୁଆରୀ ୨୭ ଓ ୨୮ ରାଉରକେଲାରେ ହେବାକୁ ଥିବା 'ଏଣ୍ଟରପ୍ରାଇଜ୍‌ ଓଡ଼ିଶା' ଇଭେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଇଭେଣ୍ଟ ଓଡ଼ିଶାର ଔଦ୍ୟୋଗିକ କ୍ଷମତା, ଏମ୍‌ଏସ୍‌ଏମ୍‌ଇ ଶକ୍ତି, ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ଓ ନିବେଶ ପ୍ରସ୍ତୁତ ଅବସଂରଚନାକୁ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+