ଖୋଲିଲା କୋଲାବ ଜଳ ଭଣ୍ଡାର ଗେଟ୍
ଜୟପୁର : ଖୋଲିଲା କୋଲାବ ଜଳ ଭଣ୍ଡାର ଗେଟ୍, ତାହା ପୁଣି ୬ବର୍ଷ ପରେ । ବର୍ଷା ଜଳ ନିଷ୍କାସନ ପାଇଁ ଖୋଲାଯାଇଛି ଗୋଟିଏ ଗେଟ୍। ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଶନିବାର ଜଳ ଭଣ୍ଡାରର ୬ ନମ୍ବର ଗେଟ୍ ଖୋଲା ଯାଇଛି। ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୮୫୮ ମିଟର ରହିଛି। ତେବେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଫଳରେ ଜଳ ଭଣ୍ଡାରର ଜଳସ୍ତର ଏବେ ୮୫୭.୧୬ ମିଟର ରହିଛି।

ଆଗକୁ ଆହୁରି ବର୍ଷାର ସମ୍ଭାବନା ରହିଛି। ତେଣୁ ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଆଜି ଜଳ ଭଣ୍ଡାରର ୬ ନମ୍ବର ଗେଟ୍ ଖୋଲା ଯାଇଛି। ପ୍ରତି ସେକେଣ୍ଡ ପିଛା ୩୫୦୦ ଘନ ଫୁଟ ଜଳ ଏବେ ନିଷ୍କାସନ କରାଯାଉଛି। ଆବଶ୍ୟକ ପଡିଲେ ଆହୁରି ଗେଟ୍ ଖୋଲା ଯାଇପାରେ। ସୁରକ୍ଷା ଦୃଷ୍ଟି କୋଣରୁ ତଳିଆ ଅଂଚଳର ଲୋକ ମାନଙ୍କୁ ଆଗୁଆ ସୂଚନା ଦିଆ ଯିବା ସହ ସତର୍କତା କରାଯାଇଛି ବୋଲି କୋଲାବ ଡ୍ୟାମ ମୁଖ୍ୟଯନ୍ତ୍ରୀ କହିଛନ୍ତି। ଗତ ୨୦୧୮ ମସିହା ଅଗଷ୍ଟ ୨୬ ତାରିଖରେ ଶେଷ ଥର ପାଇଁ କୋଲାବ ଜଳ ଭଣ୍ଡାରର ଗେଟ୍ ଖୋଲାଯାଇଥିଲା। ଆଉ ଆଜି ଆଉ ଥରେ ଖୋଲା ଯାଇଛି ।












Click it and Unblock the Notifications