କୋଇଡ଼ା ବିଡିଓଙ୍କୁ ମାଡ଼ ମାରି ଜେଲ୍ ଗଲେ ବାପା, ଫେରାର୍ ଭାଇ

ରାଉଲକେଲା: କୋଇଡ଼ା ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବାପା ଏବଂ ଫେରାର ଅଛନ୍ତି ଭାଇ । ଏହି ଘଟଣା ପରେ ପୁଣି ଚର୍ଚ୍ଚାରେ କୋଇଡ଼ା ବିଧାୟକ ।
ସୂଚନା ଅନୁସାରେ, କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ନିଜ ବାପା ଏବଂ ଭାଇଙ୍କ ବିରୋଧରେ ମାଡ଼ ମାରିଥିବା ଅଭିଯୋଗ ଆଣିବା ସହ ଥାନାରେ ଏକ ଏତଲା ଦେଇଛନ୍ତି ଯାହା ପରେ ବାପା ରମେଶ ଚନ୍ଦ୍ର ରାଜଙ୍କୁ ଗିରଫ କରାଯାଇଛି ଏବଂ ଭାଇ ସଂଗ୍ରାମ କୁମାର ରାଜ ଫେରାର ଅଛନ୍ତି । ସେପଟେ ଆହତ ବିଡିଓ ଏବେ ରାଉରକେଲା ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ କ୍ୱାର୍ଟରକୁ ଆସି ତାଙ୍କ ବାପା ଏବଂ ଭାଇ ବାଡିରେ ନିର୍ମମ ଭାବେ ମାଡ଼ ମାରିଥିଲେ । ଯେଉଁ ସମୟରେ ତାଙ୍କୁ ରକ୍ଷା କରିବା ପାଇଁ ପଡୋଶୀରେ ରହୁଥିବା ବ୍ଲକ୍ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ତାଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ସେ ବି ବିଡିଓଙ୍କ ବାପା-ଭାଇଙ୍କର ରାଗର ଶିକାର ହୋଇଥିଲେ । ତାଙ୍କ ମୁଣ୍ତରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପାରିବାରିକ କଳହର କାରଣ ଏବେ ସ୍ପଷ୍ଟ ହୋଇ ନାହିଁ । ହେଲେ ବିଡିଓଙ୍କ ଏତଲା ପରେ ତାଙ୍କ ବାପାଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications