Get Updates
Get notified of breaking news, exclusive insights, and must-see stories!

ଯେବେ ବିଜୁବାବୁଙ୍କ ସମାଧି ଭାଙ୍ଗିବା ଆଦେଶ ଦେଇଥିଲେ ନବୀନ: ଜାଣନ୍ତୁ, କାହିଁକି ?

CM Naveen Patnaik Dismantled Biju Babu 'Samadhi': ଯେବେ ବିଜୁବାବଙ୍କ ସମାଧି ଭାଙ୍ଗିଥିଲେ ନବୀନ । ସମୟ ଥିଲା ୨୦୧୯ ମସିହା । ହଠାତ୍ ନିଜର ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ଭାଙ୍ଗିବା ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହେଲେ କାହିଁକି ? ଏପରି ନିଷ୍ପତ୍ତି କାହିଁକି ନେଇଥିଲେ ମୁଖ୍ୟମନ୍ତ୍ରୀ ? ଏହା ପଛରେ କଣ ଥିଲା ତାଙ୍କର ଉଦ୍ଦେଶ୍ୟ ? ଆପଣ ଜାଣନ୍ତି କି ? ଯଦି ନା, ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଥିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ନିଜ ପିତାଙ୍କ ସମାଧି ମଧ୍ୟ ଭାଙ୍ଗିବାକୁ ପଛାଇ ନଥିଲେ ନବୀନ ।

CM Naveen Patnaik

କାହିଁକି ଏମିିତି କରିଥିଲେ ନବୀନ: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସାରା ବିଶ୍ୱରେ ପ୍ରଶଂସନୀୟ । କେବଳ ନିଜ ରାଜ୍ୟ ଓଡିଶା ନୁହେଁ, ଦେଶ ତଥା ବିଦେଶରେ ମଧ୍ୟ ନବୀନଙ୍କ ବ୍ୟକ୍ତିତ୍ୱକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ତେବେ ଏମିତି ଏକ ଚର୍ଚ୍ଚା ନିକଟରେ ଗତ ମଙ୍ଗଳବାର ଦୁବାଇରେ ଓଡ଼ିଶା ଦିବସ ପାଳନ ଅବସରରେ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ସହ ୧୩ ବର୍ଷ କାଳ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିବା ଭି.କେ ପାଣ୍ଡିଆନ ଦୁବାଇରେ ଓଡ଼ିଆ ସମୁଦାୟକୁ ସମ୍ବୋଧିତ କରୁଥିବା ବେଳେ ଏହି କଥାକୁ ପ୍ରକାଶ କରିଥିଲେ ।

ବର୍ତ୍ତମାନ ଓଡିଶା ସରକାରଙ୍କ 5T ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଭି.କେ ପାଣ୍ଡିଆନ କହିଥିଲେ ଯେ, ଥରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ଯୋଜନା ବିଷୟରେ କଥା ହେଉଥିଲି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଏକ ବ୍ଲୁ ପ୍ରିଣ୍ଟ ଦେଖାଇଥିଲି । ମାତ୍ର ବ୍ଲୁ ପ୍ରିଣ୍ଟରେ ଏକ କୋଣ ଅବରୋଧ ହୋଇଥିବା ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ କରିଥିଲେ ଏବଂ ଏହା କାହିଁକି ଅବରୋଧ ହୋଇଛି ବୋଲି ମତେ ପ୍ରଶ୍ନ କରିଥିଲେ । ଯାହା ପରେ ମୁଁ କହିଥିଲି ଯେ, ଏଠାରେ ଆପଣଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ରହିଛି । ତେଣୁ ଏହି କିଛି ଜାଗା ଏବେ ଅବରୋଧ ହୋଇ ରହିଛି ।

ମାତ୍ର ଏହା ପରେ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କ କହିବା ଅନୁଯାଇ, ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଉତ୍ତରରେ କହିଥିଲେ ଯେ, 'ତାଙ୍କ ବାପା ଲୋକମାନଙ୍କ ହୃଦୟରେ ଅଛନ୍ତି, କୌଣସି ପଥରରେ ନୁହେଁ । ତେଣୁ ସମାଧି ସେଠାରୁ ହଟାଇ ଦିଅ । ଏହାଦ୍ୱାରା ଶ୍ମଶାନରେ ଅଧିକ ସ୍ଥାନ ସୃଷ୍ଟି କରାଯାଇ ପାରିବ ଏବଂ ସ୍ବର୍ଗଦ୍ବାରର ସୌନ୍ଦର୍ଯ୍ୟକରଣ ଅଭିଯାନ ସଠିକ୍ ଭାବେ ଚାଲିପାରିବ । '

ଉଲ୍ଲେଖଥାଉ କି, ୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାରର ପ୍ଲଟ ନମ୍ବର ୧୪୫୨ ଓ ୧୪୫୫ ମଧ୍ୟରେ ବିଜୁ ବାବୁଙ୍କର ସମାଧି କରାଯାଇଥିଲା । ଯାହାକୁ ଏକ ବୃହତ୍‌ ଅଂଶ ସରକାରଙ୍କ ଦଖଲରେ ରହିଥିଲା । ଯାହାକୁ ନେଇ ଅନେକ ସମୟରେ ବିରୋଧୀ ପ୍ରଶ୍ନ ଉଠାଇ ଆସୁଥିଲେ । ତେବେ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ପରେ ବିରୋଧୀଙ୍କ ମୁହଁ ଚୁପ୍ ହୋଇଯାଇଥିଲା । ଏଥି ସହିତ କାମ ଆରମ୍ଭର ୬ ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏଠାରେ କହିରଖୁ କି, ପୁରୀର ସ୍ୱର୍ଗଦ୍ୱାର ରାଜ୍ୟର ପ୍ରଥମ ପରିବର୍ତ୍ତନ ପରିଯୋଜନା ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+