କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ
ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ 75 ତମ ସ୍ବାଧୀନତା ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ । ଏହି ଅବସରରେ କେଉଁ ମନ୍ତ୍ରୀ କେଉଁଠି ଉପସ୍ଥିତ ରହିବେ ଜାଣନ୍ତୁ ...
ଭୁବନେଶ୍ବର: ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବ 75 ତମ ସ୍ବାଧୀନତା ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ । ଏହି ଅବସରରେ କେଉଁ ମନ୍ତ୍ରୀ କେଉଁଠି ଉପସ୍ଥିତ ରହିବେ ଜାଣନ୍ତୁ ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ବରରେ ଥିବା ୟୁନିଟ 3 ପଡିଆରେ ରାଜ୍ୟ ସ୍ତରୀୟ ପରେଡରେ ଅଭିବାଦନ ଜଣାଇବା ସହିତ ପତାକା ଉତ୍ତୋଳନ କରିବେ। ସେହିଭଳି ଭାବେ ଜିଲ୍ଲା ସ୍ତରରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବେ । ସଂଖ୍ୟାଲଘୁ ବିକାଶ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳ, ପୁରୀ ଯିବେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନୀରଞ୍ଜନ ପୂଜାରୀ,କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଢେଙ୍କାନାଳ, ଜଙ୍ଗଲ ଓ ପରିବେଶ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗୀର, ଏଥିସହିତ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦୁଝର, ଗୃହ ଓ ନଗର ନିର୍ମାଣ ମନ୍ତ୍ରୀ ଉଷା ଦେବୀ ଯିବେ ନୟାଗଡ ।
ଏଥିସହିତ ପ୍ରଫୁଲ୍ଲ କୁମାର ମଲ୍ଲିକ ଖଣି ଓ ଇସ୍ପାତ ମନ୍ତ୍ରୀ କଟକ, ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯିବେ ସୁନ୍ଦରଗଡ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୟୁରଭଞ୍ଜ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯିବେ ବରଗଡ, ପରିବହନ ମନ୍ତ୍ରୀ ଟୁକୁନି ସାହୁ ବାଲେଶ୍ବର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯିବେ ଗଞ୍ଜାମ, ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କଳାହାଣ୍ଡି, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଲକାନଗିରି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସମ୍ବଲପୁର, ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଗଢାଇ ଯିବେ କରୋପୁଟ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗଜପତି, ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଖୋର୍ଦ୍ଧା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯିବେ ସୋନପୁର , ହସ୍ତ ଏବଂ ବୟନଶୀଳ୍ପ ମନ୍ତ୍ରୀ ରୀତା ସାହୁ ନୂଆପଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଅନୁଗୁଳରେ ପତାକା ଉତ୍ତୋଳନ କରିବେ ।
ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବ୍ରହ୍ମପୁର ଏବଂ ଉତ୍ତରାଞ୍ଚଳ ରାଜସ୍ବ କମିଶନର ରାଉରକେଲାରେ କରିବେ ପତାକା ଉତ୍ତୋଳନ ସହିତ ପରେଡ ଅଭିବାଦନ ଗ୍ରହଣ କରିବେ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications