ଜାଣନ୍ତୁ ତୁଳା ବେହେରା କିଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କନ୍ଧମାଳ ଗସ୍ତ ସମୟରେ କାହିଁକି ତାଙ୍କୁ ପ୍ରଣାମ କରନ୍ତି

ଆଜି ଓଡିଶାରେ ମାରାଥନ୍ ପ୍ରଚାର କ୍ରମରେ ଆଜି ପ୍ରଥମେ କନ୍ଧମାଳରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା' ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ।

ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । ସେମାନଙ୍କୁ ପ୍ରଣାମ କରିବା ସହ ସମାଜକୁ ସେମାନଙ୍କ ଦୃଷ୍ଟାନ୍ତ ଦେଇଥିଲେ । ପ୍ରଥମେ ବୃଦ୍ଧା ତୁଳା ବେହରାଙ୍କ ତ୍ୟାଗ କଥା ବଖାଣିଥିଲେ । ତୁଳା ବେହେରା ଜଣେ ନିଃସ୍ୱ ମହିଳା । ତାଙ୍କ ପାଖରେ କିଛି ନାହିଁ, କେହି ନାହାଁନ୍ତି । ଭିକ୍ଷା ମାଗି ନିଜ ପେଟ ପୋଷନ୍ତି । କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି , ଭିକ୍ଷା ମାଗି ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ନିିଜ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ତାଙ୍କର କିଛି ଆବଶ୍ୟକତା ରହିଛି ବୋଲି ତୁଳା ବେହେରାଙ୍କୁ ପଚାରିଥିଲେ ମୋଦୀ ହେଲେ ଉତ୍ତରରେ ତୁଳା ବେହେରା କହିଥିଲେ, ତାଙ୍କର କିଛି ଲୋଡା ନାହିଁ ଲୋଡା କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ।

Tula Behera

ଏହାପରେ ସେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିବା ଆଦିିବାସୀ ମହିଳା ପୁୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସା କରିଥିଲେ । କହିଥିଲେ, 'ସେ ହେଉଛନ୍ତି ଆଦିବାସୀ ଭାଷାରେ ଭଜନ , ଜଣାଣ ରଚନା କରୁଥିବା କବୀର, ଯିଏ ଆଦିବାସୀ ଭାଷାରେ ସ୍ୱତଃସ୍ପୁର୍ତ୍ତ ଭାବେ ଭଜନ ଲେଖି ଈଶ୍ୱରଙ୍କୁ ସମର୍ପଣ କରନ୍ତି । ତାଙ୍କ ଭକ୍ତି ଅନନ୍ୟ । ଆଜି କନ୍ଧମାଳରେ ଏହି ଦୁଇ ମା'ଙ୍କ ଆଶୀର୍ବାଦ ମୋତେ ମିଳିଛି । ଦୁଇ ମା' ଆଜି ମୋତେ ଏଭଳି ଆଶୀର୍ବାଦ ଦେଇଛନ୍ତି ଯାହା ସେ ଜୀବନ ସାରା ଭୁଲିପାରିବେ ନାହିଁ । ଏମିତି ଦୁଇ ମା'ଙ୍କ ଆଜି ମୋତେ ଆଶୀର୍ବାଦ କରିଛନ୍ତି , ଆଜି ମୋତେ ପୁରା କନ୍ଧମାଳର ଆଶୀର୍ବାଦ ତାଙ୍କୁ ମିଳିଛି, ପୁରା ଓଡିଶାର ଆଶୀର୍ବାଦ ମୋତେ ମିଳିଛ, ଯାହା ଓଡିଶାରେ ଏକ ବଡ ପରିବର୍ତ୍ତନର ଉଦାହରଣ'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+