ଜାଣନ୍ତୁ ରାଜ୍ୟରେ କେଉଁମାନଙ୍କୁ ମିଳୁଛି Z+ ସୁରକ୍ଷା? କେବଳ ନବୀନଙ୍କୁ ମିଳୁଛି ଏହି ସୁବିଧା
ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ Z+ ସୁରକ୍ଷା ଯୋଗାଇ ଦିଆଯାଉଛି । ସେହିପରି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ+ ସୁରକ୍ଷା ମିଳୁଛି । ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ କୌଣସ ଅଧିକାରୀଙ୍କୁ ଜେଡ୍+ କିମ୍ବା ଓ୍ବାଇ+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ସୋମବାର ବିଧାନସଭାରେ ପ୍ରଶ୍ନ କରିଥିଲେ କି ରାଜ୍ୟରେ କେଉଁମାନଙ୍କୁ ଜେଡ୍+ ଏବଂ ଓ୍ବାଇ+ ସୁରକ୍ଷା ମିଳୁଛି । ଏପରିକି ଗତ ୧୦ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ତଥା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନୁସନ୍ଧାନର ସ୍ଥିତି ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ ।

ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଘଟଣାର ତଦନ୍ତ କରୁଥିବା ଅନୁସନ୍ଧାନକାରୀ ସଂସ୍ଥା ଉପରେ ସରକାର ତଥ୍ୟ ସଂଗ୍ରହ କରୁଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟ ସରକାର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ଜେଡ୍+ ରୁ ଓ୍ବାଇ+ ଶ୍ରେଣୀକୁ ହ୍ରାସ କରିଛନ୍ତି। ରାଜ୍ୟରେ ଏକମାତ୍ର ବ୍ୟକ୍ତି ଭାବରେ ସେ ଏହି ସୁରକ୍ଷା ପାଉଛନ୍ତି। ଏପରିକି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଥିବା କହିଥିଲେ।












Click it and Unblock the Notifications