Get Updates
Get notified of breaking news, exclusive insights, and must-see stories!

ଆଜି ଓଡ଼ିଆ ନବବର୍ଷ ତଥା ପଣା ପଣା ସଂକ୍ରାନ୍ତି, ଜାଣନ୍ତୁ ଆଜିର ଦିନର ବିଶେଷତ୍ୱ

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ପ୍ରଥା ପରମ୍ପରା ସ୍ବତନ୍ତ୍ର ଆଉ ଭିନ୍ନ । ଏଠି ପାଳନ କରାଯାଏ ବାର ମାସେ ତେର ପର୍ବ ଆଉ ଆଜି ବେଶ୍ ଧୂମଧାମରେ ପାଳନ ହେଉଛି ପଣା ସଂକ୍ରାନ୍ତି । ସେହିପରି ଓଡ଼ିଆମାନେ ଆଜିର ଦିନକୁ ନବ ବର୍ଷ ଭାବେ ପାଳନ କରନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ ଏବଂ ଆଜି ବୀର ବଜରଙ୍ଗୀ ହନୁମାନଙ୍କର ଜନ୍ମ ଜୟନ୍ତୀ ଦିବସ ମଧ୍ୟ । ଆଜିର ଦିନର ଅନେକ ମହତ୍ୱ ଏବଂ ବିଶେଷତ୍ୱ ରହିଛି ।

ପଣା ସଂକ୍ରାନ୍ତି ଅବସରରେ ଆଜି ଓଡ଼ିଶାର ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ପୂଜାର୍ଚ୍ଚନା କରାଯାଏ । ପଣା ଛତୁଆ ଭୋଗ ହେବା ସହ ବୃନ୍ଦାବତୀଙ୍କ ପାଖରେ ପାଣି ଓ ପଣା ଘଡି ବନ୍ଧାଯାଏ । ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଏ । ଦହି, କଦଳୀ, ଛେନା, ନଡ଼ିଆରେ ପ୍ରସ୍ତୁତ ପଣା ତୁଳସୀ ଚଉରା ପାଖରେ ଭୋଗ ଲାଗି କରାଯାଏ ।

pana sankranti

ଆଜିର ଦିନକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ଖାସ ବିଶେଷତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ଥାନ୍ତି । ସେହିପରି ଓଡ଼ିଆ ପରମ୍ପରା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ ଏବଂ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ପଣା ଲାଗି କରାଯାଏ ।

ଆଜି ଦିନର ବୈଜ୍ଞାନିକ ଦୃଷ୍ଟି କୋଣ ମଧ୍ୟ ରହିଛି । ଏହି ମାସରେ ସୂର୍ଯ୍ୟକିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବଢିଥାଏ । ଅତ୍ୟଧିକ ଖରାରୁ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦିନରେ ପଣା ପାନ କରାଯାଏ । ଆଜିର ଦିନରେ ଅନେକ ସ୍ଥାନରେ ବେଲ ପଣା ମଧ୍ୟ ଭୋଗ ଲାଗି କରାଯାଏ । ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ମନ୍ଦିରରେ ବେଲ ପଣା ଏବଂ ଛତୁ ପଣା ଭୋଗ କରାଯାଏ । ସେହିପରି ଆଜିର ଦିନରେ ଖୁସି ବାଣ୍ଟିବା ପାଇଁ ସାହିପଡ଼ିଶା, ବୁନ୍ଧୁବାନ୍ଧବଙ୍କୁ ପଣା ଦିଆଯାଏ ।

ଆଜି ମହାବୀର ହନୁମାନଙ୍କର ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍ ଧୂମଧାମରେ ବଜରଙ୍ଗବଲିଙ୍କ ଜନ୍ମତ୍ସୋବକୁ ପାଳନ କରାଯାଏ । ଆଜି ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନଥିବା ଭିଡ଼ି ଦେଖିବା ପାଇଁ ମିଳିଥାଏ । ସେହିପରି ଆଜିର ଦିନରେ ପବିତ୍ର ଝାମୁ ବ୍ରତର ଉଦଯାପନ ମଧ୍ୟ କରାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+