For Quick Alerts
Turn On Notification  
For Daily Alerts
Oneindia App Download

ତାଳଧ୍ୱଜ ରଥ ବିଷୟରେ କିଛି ରୋଚକ ତଥ୍ୟ

ଶ୍ରୀବଳଭଦ୍ର ଯେପରି ବିରାଜିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବଡ଼ଦାଣ୍ଡରେ ଗଡୁଥିବା ତାଳଧ୍ଵଜ ରଥ ମଧ୍ୟ ସେହିପରି ଅତ୍ୟନ୍ତ ବୈଶିଷ୍ଟ୍ୟ ପୂର୍ଣ୍ଣ।

|

ପୁରୀ: ଜଗନ୍ନାଥ ସଂସ୍କୃତି ହେଉଛି ସ୍ମାର୍ତ୍ତ ମତରେ ପଞ୍ଚ ଉପାସନାର ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରା ସମ୍ମିଳିତ ଭାବରେ ଏହି ବୈଷ୍ଣବୀୟ ସଂସ୍କୃତିକୁ ପୃଷ୍ଠ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ରତ୍ନସିଂହାସନରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଶ୍ରୀବଳଭଦ୍ର ଯେପରି ବିରାଜିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବଡ଼ଦାଣ୍ଡରେ ଗଡୁଥିବା ତାଳଧ୍ଵଜ ରଥ ମଧ୍ୟ ସେହିପରି ଅତ୍ୟନ୍ତ ବୈଶିଷ୍ଟ୍ୟ ପୂର୍ଣ୍ଣ।

ratha

ତାଳଧ୍ଵଜ ରଥର ପ୍ରତ୍ୟେକ ଟି ଅଂଶରେ ଜଣେ ଜଣେ ଋଷି ମୁନି ଓ ଦେବତା ବିରାଜିତ। ଯେଉଁଥି ପାଇଁ ଏଠାରେ କୁହାଯାଇଛି ରଥ ବି ଦେବତା ରଥୀ ମଧ୍ୟ ଦେବତା । ପାବନ ଘୋଷ ଯାତ୍ରାରେ ଦେବତା ବୃନ୍ଦ ମହାପ୍ରଭୁଙ୍କୁ ସେବାପ୍ରଦାନ କରିବା ପାଇଁ ନିଜକୁ ରଥର ବିଭିନ୍ନ ଅଙ୍ଗ ଭାବରେ ରୂପାନ୍ତରିତ କରିଥାନ୍ତି।

ତାଳଧ୍ଵଜ ରଥର ରଥୀ ହେଉଛନ୍ତି ବଡ଼ଠାକୁର ବଳଭଦ୍ର। ତାଙ୍କ ଦୁଇ ପାର୍ଶ୍ଵରେ ଉପବେଶନ କରନ୍ତି ଚଳନ୍ତି ବିଗ୍ରହ ରାମ ଏବଂ କୃଷ୍ଣ। ରଥର ଗର୍ଭରେ ରୁହନ୍ତି ନୃସିଂହ। ଏହି ରଥର ସାରଥୀ ହେଉଛନ୍ତି ମାତଳି। ରଥର ରଜ୍ଜୁ ବା ଦଉଡି ହେଉଛନ୍ତି ସ୍ୱୟଂ ବାସୁକୀ ନାଗ। ଲୋହିତ ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଇଥାଏ। ଶ୍ରୀବଳଭଦ୍ରଙ୍କ ରୂପକାନ୍ତି ଧବଳ ବର୍ଣ୍ଣ ଥିବାବେଳେ ରଥରେ ଯୋଖା ଯାଉଥିବା ଅଶ୍ୱ ଚାରୋଟିଙ୍କ ବର୍ଣ୍ଣ ହେଉଛି କଳା।ଏହି ଅଶ୍ୱ ମାନେ ହେଉଛନ୍ତି ୧. ତୀବ୍ର ୨.ଘୋର ୩.ଦୀର୍ଘଶ୍ରମ ୪.ସ୍ବର୍ଣ୍ଣନାଭ। ରଥର ଶୀର୍ଷରେ ଲାଗୁଥିବା ଦଧିନଉତିର ନାମ ହୀରଣ୍ମୟୀ। ଧ୍ୱଜପମୁର୍ତି ହେଉଛନ୍ତି ଲଷ୍ମୀନୃସିଂହ।ରଥ ଶୀର୍ଷରେ ଉଡୁଥିବା ନେତ ର ନାମ ଉନ୍ମନୀ।

ତାଳଧ୍ଵଜ ରଥରେ ସମୁଦାୟ ନଅ ଜଣ ପାର୍ଶ୍ଵ ଦେବତା ରଥର ଶୋଭା ବର୍ଦ୍ଧନ କରିଥାନ୍ତି। ସେହି ନଅ ଜଣ ପାର୍ଶ୍ଵ ଦେବତା ହେଉଛନ୍ତି ୧.ପ୍ରଲମ୍ବାରି ୨.ନୃତ୍ୟଗଣେଶ ୩.ନାଟାମ୍ବର ୪.ଅନନ୍ତ ବାସୁଦେବ ୫.ସ୍କନ୍ଦ ୬.ଗଜାନ୍ତକ ୭.ତ୍ରିପୁରାରୀ ୮.ହରିହର ଓ ୯.ନୃସିଂହ। ଏହି ସମସ୍ତ ଦେବତା ଙ୍କ ଉପସ୍ଥିତି ରଥକୁ ସ୍ୱୟଂ ଦେଵତାରେ ପରିଣତ କରିଥାଏ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shaiva, Shakta, Ganapati and Solar Traditions have jointly surfaced this Vaishnava culture. In all these respects, as a representative of the shaiva culture in ratnasinhasana, The Taldhwaj Rath, which have also very interesting story.lets know more about it...
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X