ତାଳଧ୍ୱଜ ରଥ ବିଷୟରେ କିଛି ରୋଚକ ତଥ୍ୟ
ଶ୍ରୀବଳଭଦ୍ର ଯେପରି ବିରାଜିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବଡ଼ଦାଣ୍ଡରେ ଗଡୁଥିବା ତାଳଧ୍ଵଜ ରଥ ମଧ୍ୟ ସେହିପରି ଅତ୍ୟନ୍ତ ବୈଶିଷ୍ଟ୍ୟ ପୂର୍ଣ୍ଣ।
ପୁରୀ: ଜଗନ୍ନାଥ ସଂସ୍କୃତି ହେଉଛି ସ୍ମାର୍ତ୍ତ ମତରେ ପଞ୍ଚ ଉପାସନାର ସଂସ୍କୃତି। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରା ସମ୍ମିଳିତ ଭାବରେ ଏହି ବୈଷ୍ଣବୀୟ ସଂସ୍କୃତିକୁ ପୃଷ୍ଠ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ରତ୍ନସିଂହାସନରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଶ୍ରୀବଳଭଦ୍ର ଯେପରି ବିରାଜିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବଡ଼ଦାଣ୍ଡରେ ଗଡୁଥିବା ତାଳଧ୍ଵଜ ରଥ ମଧ୍ୟ ସେହିପରି ଅତ୍ୟନ୍ତ ବୈଶିଷ୍ଟ୍ୟ ପୂର୍ଣ୍ଣ।

ତାଳଧ୍ଵଜ ରଥର ପ୍ରତ୍ୟେକ ଟି ଅଂଶରେ ଜଣେ ଜଣେ ଋଷି ମୁନି ଓ ଦେବତା ବିରାଜିତ। ଯେଉଁଥି ପାଇଁ ଏଠାରେ କୁହାଯାଇଛି ରଥ ବି ଦେବତା ରଥୀ ମଧ୍ୟ ଦେବତା । ପାବନ ଘୋଷ ଯାତ୍ରାରେ ଦେବତା ବୃନ୍ଦ ମହାପ୍ରଭୁଙ୍କୁ ସେବାପ୍ରଦାନ କରିବା ପାଇଁ ନିଜକୁ ରଥର ବିଭିନ୍ନ ଅଙ୍ଗ ଭାବରେ ରୂପାନ୍ତରିତ କରିଥାନ୍ତି।
ତାଳଧ୍ଵଜ ରଥର ରଥୀ ହେଉଛନ୍ତି ବଡ଼ଠାକୁର ବଳଭଦ୍ର। ତାଙ୍କ ଦୁଇ ପାର୍ଶ୍ଵରେ ଉପବେଶନ କରନ୍ତି ଚଳନ୍ତି ବିଗ୍ରହ ରାମ ଏବଂ କୃଷ୍ଣ। ରଥର ଗର୍ଭରେ ରୁହନ୍ତି ନୃସିଂହ। ଏହି ରଥର ସାରଥୀ ହେଉଛନ୍ତି ମାତଳି। ରଥର ରଜ୍ଜୁ ବା ଦଉଡି ହେଉଛନ୍ତି ସ୍ୱୟଂ ବାସୁକୀ ନାଗ। ଲୋହିତ ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଇଥାଏ। ଶ୍ରୀବଳଭଦ୍ରଙ୍କ ରୂପକାନ୍ତି ଧବଳ ବର୍ଣ୍ଣ ଥିବାବେଳେ ରଥରେ ଯୋଖା ଯାଉଥିବା ଅଶ୍ୱ ଚାରୋଟିଙ୍କ ବର୍ଣ୍ଣ ହେଉଛି କଳା।ଏହି ଅଶ୍ୱ ମାନେ ହେଉଛନ୍ତି ୧. ତୀବ୍ର ୨.ଘୋର ୩.ଦୀର୍ଘଶ୍ରମ ୪.ସ୍ବର୍ଣ୍ଣନାଭ। ରଥର ଶୀର୍ଷରେ ଲାଗୁଥିବା ଦଧିନଉତିର ନାମ ହୀରଣ୍ମୟୀ। ଧ୍ୱଜପମୁର୍ତି ହେଉଛନ୍ତି ଲଷ୍ମୀନୃସିଂହ।ରଥ ଶୀର୍ଷରେ ଉଡୁଥିବା ନେତ ର ନାମ ଉନ୍ମନୀ।
ତାଳଧ୍ଵଜ ରଥରେ ସମୁଦାୟ ନଅ ଜଣ ପାର୍ଶ୍ଵ ଦେବତା ରଥର ଶୋଭା ବର୍ଦ୍ଧନ କରିଥାନ୍ତି। ସେହି ନଅ ଜଣ ପାର୍ଶ୍ଵ ଦେବତା ହେଉଛନ୍ତି ୧.ପ୍ରଲମ୍ବାରି ୨.ନୃତ୍ୟଗଣେଶ ୩.ନାଟାମ୍ବର ୪.ଅନନ୍ତ ବାସୁଦେବ ୫.ସ୍କନ୍ଦ ୬.ଗଜାନ୍ତକ ୭.ତ୍ରିପୁରାରୀ ୮.ହରିହର ଓ ୯.ନୃସିଂହ। ଏହି ସମସ୍ତ ଦେବତା ଙ୍କ ଉପସ୍ଥିତି ରଥକୁ ସ୍ୱୟଂ ଦେଵତାରେ ପରିଣତ କରିଥାଏ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications