ହକି ବିଶ୍ୱକପ ଉଦଘାଟନୀ ଉତ୍ସବ: ଦୁଲୁକିବ ବାରବାଟୀ ଷ୍ଟାଡିୟମ, ଜଲୱା ଦେଖାଇବେ ରଣବୀର-ଦିଶା ପଟାନୀ

ଶେଷ ହୋଇଛି ହକି କାଉଣ୍ଟଡାଉନ୍ । ଆଜି ସନ୍ଧ୍ୟାରେ କମ୍ପିବ କଟକ । ଦୁଲକିବ ବାରବାଟୀ । ଜଲୱା ଦେଖାଇବେ ବଲିଉଡ଼ ଷ୍ଟାର ରଣବୀର ସିଂ ଓ ଅବିନେତ୍ରୀ ଦିଶା ପଟାନୀ ।

କଟକ: ଶେଷ ହୋଇଛି ହକି କାଉଣ୍ଟଡାଉନ୍ । ଆଜି ସନ୍ଧ୍ୟାରେ କମ୍ପିବ କଟକ । ଦୁଲକିବ ବାରବାଟୀ । ଜଲୱା ଦେଖାଇବେ ବଲିଉଡ଼ ଷ୍ଟାର ରଣବୀର ସିଂ ଓ ଅବିନେତ୍ରୀ ଦିଶା ପଟାନୀ । ସାଥିରେ ରହିଛି ଓଡିଆ କଳାକାରଙ୍କ ଛୁଙ୍କ । ତେବେ ଆସନ୍ତୁ ନଜର ପକାଇବା କାର୍ଯ୍ୟକର୍ମର ସୂଚୀ ଉପରେ । କିଏ କେତେବେଳେ କରିବେ ପ୍ରଫର୍ମ....

Hockey World Cup Opening Ceremony

ଦିନ 3ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । 3ଟା 50ରୁ ଓଡିଶୀ ନୃତ୍ୟୁଗୁରୁ ଅରୁଣା ମହାନ୍ତି ଓ ତାଙ୍କ ଟିମର ଜଲୱା ଦେଖିବ ପୁରା ବିଶ୍ବ । ଅପରାହ୍ଣ ୪ଟା ୨୫ ରେ ବ୍ରହ୍ମପୁରର ଗ୍ରୁପ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ନିଜର ଚମତ୍କାର ନୃତ୍ୟ ପରିବେଷଣ କରିବ । ଅପରାହ୍ଣ ୪.୪୫ ମିନିଟ ସମୟରେ ଗାୟକ ଋତୁରାଜ ମହାନ୍ତି ନିଜର ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କ ମନ କିଣିବେ।

ଅନ୍ୟପଟେ ଓଲିଉଡର ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବେ । ବାରବାଟୀ ଷ୍ଟାଡିୟମରେ ସବ୍ୟସାଚୀ ମିଶ୍ର ୫ଟା ୧୦ ମିନିଟ ସମୟରେ ନିଜର ଲାଇଭ ପରଫରମାନ୍ସରେ ଦର୍ଶକଙ୍କ ମନ କିଣିବେ। ସେହିପରି ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ଅର୍ଚ୍ଚିତା ମଧ୍ୟ ସମାନ ସମୟରେ ଷ୍ଟାଡିୟମରେ ନିଜର ପରଫରମାନ୍ସ ଦେବା ନେଇ କାର୍ଯ୍ୟସୂଚି ରହିଛି ।

ସେହପରି 5ଟା 10ରେ ଗାୟୀକା ଲିସା ମିଶ୍ରଙ୍କର ପରଫର୍ମାନ୍ସ ରହିଛି । 6ଟା 31ରେ ଧମାଲ ମଚାଇବେ ବ୍ଲାକ୍ ସ୍ୱନ ଗ୍ରୁପ । ସେହିପରି 6ଟା 45ରେ ନିଜର ମତୁଆଲା ନୃତ୍ୟ ପରିବେଶଣ କରିବେ ବଲିଉଡ ଅଭିନେତ୍ରୀ ଦିଶା ପାଟନୀ । ସନ୍ଧ୍ୟା 7ଟା 42ରେ ପରଫର୍ମ କରିବେ ବଲିଉଡ଼ ଷ୍ଟାର ରଣବୀର ସିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+