Get Updates
Get notified of breaking news, exclusive insights, and must-see stories!

ଆଜି ବିଶ୍ୱ ସାପ ଦିବସ; ଜାଣନ୍ତୁ କିଛି ଜଣା, ଅଜଣା କଥା

ଆଜି ବିଶ୍ୱ ସାପ ଦିବସ। ସାପ ମାନଙ୍କୁ କ୍ଷତି ନ ପହଞ୍ଚାଇବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସାପ ମାନଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଆୟୋଜନ କରିଥାନ୍ତି ।

World Snake Day: ଆଜି ବିଶ୍ୱ ସାପ ଦିବସ। ସାପ ମାନଙ୍କୁ କ୍ଷତି ନ ପହଞ୍ଚାଇବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସାପ ମାନଙ୍କ ପ୍ରତି ନିଜ ସ୍ନେହ ଦେଖାଇବା ପାଇଁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଆୟୋଜନ କରିଥାନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେତିକି ସାପଙ୍କୁ ଲୋକମାନେ ଭୟରେ ମାରିଦିଅନ୍ତି ସେଥିମଧ୍ୟରୁ ମାତ୍ର ୧୦ ପ୍ରତିଶତ ବିଷାକ୍ତ ଥାନ୍ତି ।

Know all About World Snake Day

ସାପ ଏକ ଶୀତଳ ରକ୍ତବିଶିଷ୍ଟ ପ୍ରାଣୀ ବା ଥଣ୍ଡାକୁ ଭୟ କରୁଥିବା ପ୍ରାଣୀ । ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥାନ୍ତି । ବିଶେଷକରି ଗ୍ରୀଷ୍ମମଣ୍ଡଳୀୟ ଆର୍ଦ୍ରତାପୂର୍ଣ୍ଣ ଅଞ୍ଚଳରେ ସବୁ ଶ୍ରେଣୀର ଓ ପ୍ରକାରର ସାପ ଦେଖିବାକୁ ମିଳିଥାନ୍ତି।

ଓଡ଼ିଶାରେ ପାଖାପାଖୁ ୮୨ ପ୍ରଜାତିର ସାପ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦ଟି ପ୍ରଜାତି ସାମୁଦ୍ରିକ ସାପ ଏବଂ ବାକି ୬୨ ପ୍ରଜାତି ଉଭୟଚର। ସାଧାରଣତଃ ସମସ୍ତ ସାମୁଦ୍ରିକ ସାପ ବିଷଧର ହୋଇଥିବା ବେଳେ ଉଭୟଚର ସାପମାନଙ୍କ ମଧ୍ୟରୁ ମାତ୍ର ୧୦ଟି ପ୍ରଜାତିର ସାପ ହେଉଛନ୍ତି ବିଷଧର ବା ମନୁଷ୍ୟ ପାଇଁ କ୍ଷତିକାରକ। ନାଗ, ଗୋଖର, ଚିତି, ରଣା, ଅହିରାଜ, ତମ୍ପ, ଚନ୍ଦନ ବୋଡ଼ା, ଡାଳୁଆ ବୋଡ଼ା ଓ ଧୂଳିଆ ବୋଡ଼ା ଆଦି ବିଷଧର ସାପ। ସାପମାନେ ବହୁତ ଶାନ୍ତ ଓ ଲାଜକଳା ସ୍ୱଭାବର ବୋଲି ପ୍ରାଣୀ ବିଜ୍ଞାନୀମାନେ ମତ ଦିଅନ୍ତି। ଲୋକଙ୍କ ମଧ୍ୟରେ ୮୦% ମୃତ୍ୟୁ କେବଳ ନାଗ ଓ ଚିତି ସାପ କାମୁଡ଼ା ଯୋଗୁଁ ହୋଇଥାଏ ।

ଭାରତରେ ପ୍ରତି ବର୍ଷ ୫୦,୦୦୦ରୁ ଅଧୁକ ଲୋକ ସାପକାମୁଡ଼ାରେ ମୃତ୍ୟୁବରଣ କରୁଥିବା ବେଳେ ଆମ ରାଜ୍ୟରେ ଏହି ସଂଖ୍ୟା ୧୦୦୦ରୁ ଅଧିକ। ସାଧାରଣତଃ ମେ' ମାସଠାରୁ ସେପ୍ଟେମ୍ବର ମାସ ଭିତରେ ଏହା ହୋଇଥାଏ। କାରଣ ଏହି ସମୟରେ ସାପମାନେ ଅଣ୍ଡା ଦେଇଥାନ୍ତି। ତେବେ ଅଧିକରୁ ଅଧିକ ସଚେତନ କରିପାରିଲେ ସାପକାମୁଡ଼ା ଜନିତ ମୃତ୍ୟୁସଂଖ୍ୟା ଯଥାସମ୍ଭବ ହ୍ରାସ ପାଇପାରିବ। ଏହି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧୬ ତାରିଖକୁ ବିଶ୍ଵ ସାପ ଦିବସ ଭାବେ ପାଳନ କରାଯାଉଛି ।

ଭାରତରେ ପ୍ରାୟ ୩୦୦ ପ୍ରଜାତିର ସାପ ଅଛନ୍ତି । ତେବେ ସେଥିମଧ୍ୟରୁ କେବଳ ୫୦ପ୍ରଜାତି ବିଷାକ୍ତ ଥାନ୍ତି । ସାପ ନିଜ ଶିକାରକୁ ଚୋବାଇ ନଥାଏ ବରଂ ଗିଳି ଦେଇଥାଏ ।ସାପ ମାନଙ୍କର ବୟସ ୪ ରୁ ୨୫ବର୍ଷ ବୟସ ପର୍ଯ୍ୟନ୍ତ ହୋଇଥାଏ । ବିଷାକ୍ତ ସାପ ମାନଙ୍କ ମଧ୍ୟରେ କିଙ୍ଗ୍ କୋବ୍ରା ସବୁଠାରୁ ଅଧିକ ଲମ୍ବା । ବ୍ରାଜିଲର ସ୍ନେକ୍ ଆଇଲାଣ୍ଡରେ ସାପମାନଙ୍କ ସଂଖ୍ୟା ଅଧିକ । କିଛି ସାପଙ୍କର ଦୁଇଟି ମୁହଁ ଥାଏ । ଏପରି ସାପ ମାନେ ନିଜ ହିସାବରେ ଶରୀରକୁ କଂଟ୍ରୋଲ୍ କରିଥାନ୍ତି । କେବେ କେବେ ନିଜ ଶିକାରକୁ ନେଇ ଏହି ଦୁଇ ମୁହଁ ଭିତରେ ଝଗଡା ମଧ୍ୟ ହୋଇଥାଏ । ରିପୋର୍ଟ ଅନୁସାରେ, ଏମିତି ଏକ ପ୍ରଜାତିର ସାପ ଅଛି ଯିଏ ପୁରୁଷ ସାପ ବିନା ଅଣ୍ଡା ଦେଇପାରେ ।

ଗ୍ରାସ୍ ସ୍ନେକ୍ ଏବଂ ସ୍ପେଟିଂ କୋବ୍ରାର ଏକ ପ୍ରଜାତିର ସାପ ଅଛି ଯିଏ ବିପଦ ଅନୁଭବ କଲେ ମରିବାର ନାଟକ କରିଥାନ୍ତି । ସେମାନଙ୍କ ଶରୀର ସଙ୍କୁଚିତ ହୋଇଯିବା ସହ ଜିଭ ବାହାରକୁ ବାହରି ଆସେ । ଏମିତି ଅବସ୍ଥା ଦେଖି ଲୋକେ ମୃତ ଭାବି ଚାଲିଯିବା ପରେ ସେମାନେ ପ୍ରାକୃତିକ ଅବସ୍ଥାକୁ ଚାଲିଆସିଥାନ୍ତି ।

ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼େ, ତେବେ ତାଙ୍କୁ ଆଶ୍ୱାସନା ଦେଇ ମାନସିକ ସ୍ତରରେ ଶାନ୍ତ ରହିବାକୁ ପରାମର୍ଶ ଦେବା ଉଚିତ। ସାପ କାମୁଡ଼ିଥିବା ଜାଗାକୁ ଜୋରରେ ବାନ୍ଧିବା ଏବଂ ପାଟି ଲଗେଇ ବିଷ ବାହାର କରିବା। କାର୍ଯ୍ୟରେ ଅଯଥା ସମୟ ନଷ୍ଟ ନ କରି ପୀଡ଼ିତଙ୍କୁ ତୁରନ୍ତ ସାପ ବିଷ ନିରୋଧକ ଔଷଧ ଥିବା ନିକଟସ୍ଥ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିବା ଦରକାର ।

ସାପ କାମୁଡ଼ିବାର କିଛିସମୟ ମଧ୍ୟରେ ଶରୀରରେ ଅସହ୍ୟ ଯନ୍ତ୍ରଣା ହୁଏ, ଆଖୀ ପତା ମାଡ଼ି ମାଡ଼ି ପଡ଼େ। ଗଳା ଶୁଖି ଯାଏ, ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ । ବିଷ ଶରୀରର କୋଷଗୁଡ଼ିକୁ ଅଧୂକମାତ୍ରାରେ କବଳିତ କରିବା ପରେ ସାପ ବିଷ ନିରୋଧକ ଔଷଧ ପ୍ରାୟତଃ କାମ କରିନଥାଏ । ତେଣୁ ସାପ କାମୁଡ଼ିବାର ପ୍ରଥମ ଏକ ଘଣ୍ଟାରୁ ଦୁଇ ଘଣ୍ଟା | ମଧ୍ୟରେ ପୀଡ଼ିତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାର ଆବଶ୍ୟକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+