କାହାକୁ ମିଳିବ 'ମୋ ଘର' ? କେତେ ଟଙ୍କା ଦେବେ ସରକାର ? କେମିତି କରିବେ ଆବେଦନ ? ଦେଖନ୍ତୁ, ପୁରା ତଥ୍ୟ...
ଭୁବନେଶ୍ବର: ଆସିଲା ମୋ ଘର ଯୋଜନା । 'ମୋ ଘର' ନାମକ ଏକ ନୂଆ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନା ଉପରେ ମୋହର ବାଜିଛି ।
ତେବେ କଣ ଏହି 'ମୋ ଘର' ଯୋଜନା ? କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ? ଏହି ଯୋଜନାରେ କେତେ ଟଙ୍କା ଦେବେ ସରକାର ? କେମିତି କରିବେ ଆବେଦନ ? ଆସନ୍ତୁ ଜାଣିବା ପୁରା ତଥ୍ୟ...

'ମୋ ଘର' ଯୋଜନା କଣ ?: 'ମୋ ଘର' ହେଉଛି ରାଜ୍ୟ ସରକାରଙ୍କ ଏକ ନୂଆ ଜନକଲ୍ୟାଣକାରୀ ଯୋଜନା । ଏହି ନୂଆ ଯୋଜନା ଅଧିନରେ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘର ତିଆରି ଏବଂ ଭଙ୍ଗାଘରକୁ ସଜାଡିବା ପାଇଁ ସହାୟତା ପ୍ରଦାନ କରିବେ । 'ମୋ ଘର' ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇ ଦେବେ ରାଜ୍ୟ ସରକାର ।
କେଉଁମାନେ ଲାଭ ଉଠାଇବେ ?: ନିମ୍ନ ପରିବାରର ଯେଉଁ ହିତାଧୀକାରୀ କୌଣସି ସରକାରୀ ଯୋଜନାରେ ଘର ପାଇ ନଥିବେ ସେମାନେ ଏହି ଯୋଜନାର ଲାଭ ପାଇ ପାରିବେ ।
କାହାକୁ ମିଳିବ 'ମୋ ଘର' ?
- ଯଦି ଗୋଟେ ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କଠୋରୀ ବିଶିଷ୍ଟ ଛାତ ଘରେ ବସବାସ କରୁଥିବେ ।
- ଯଦି ପରିବାର ପୂର୍ବରୁ ସରକାରଙ୍କ ଠାରୁ ଗୃହ ନିର୍ମାଣ ଯୋଜନାରେ କୌଣସି ସହାୟତା ପାଇ ନଥିବେ କିମ୍ବା ୭୦ ହଜାର ଟଙ୍କାରୁ କମ ସହାୟତା ପାଇଥିବେ ।
- ଯଦି ପରିବାରର ମାସିକ ରୋଜଗାର ୨୫ ହଜାରରୁ କମ ଥିବ ।
- ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରିଚକିଆ ଯାନ ନଥିବ ।
- ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ ଓ ପେନସନଭୋଗୀ ହୋଇ ନଥିବେ ।
- ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ।

କେତେ ଟଙ୍କା ଦେବେ ସରକାର ?
- ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ ।
- ଦଶ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାର ସୁବିଧା ରହିଛି ।
- ୧ ଲକ୍ଷ ଋଣ କଲେ ସାଧାରଣ ବର୍ଗଙ୍କୁ ୩୦, ST/SCଙ୍କୁ ୪୦ ହଜାର ସବସିଡି ମିଳିବ ।
- ଜଣେ ହିତାଧିକାରୀ ଅତି କମରେ ୧ ଲକ୍ଷ, ଦେଢ ଲକ୍ଷ, ୨ଲକ୍ଷ ଏବଂ ୩ଲକ୍ଷ ଟଙ୍କା ଋଣ ପାଇ ପାରିବେ ।
- ଦେଢ଼ ଲକ୍ଷରେ ୪୫ ଓ ୫୫ ହଜାର, ୨ ଓ ୩ ଲକ୍ଷରେ ୬୦ ଓ ୭୦ ହଜାର ସବସିଡି ପାଇବେ ।
- ପ୍ରଥମ ବର୍ଷକୁ ବାଦ୍ ଦେଇ ବାକି ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ ।
- ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ ।
- ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ୧ ହଜାର ଟଙ୍କା ସରକାର ବହନ କରିବେ ।
- ଏହି ଯୋଜନାରେ ପୂର୍ବରୁ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଭଳି ବିଭିନ୍ନ ଯୋଜନାରେ ସାମିଲ କରାଯିବ ।
- ୪ ଲକ୍ଷ ହିତାଧିକାରୀଙ୍କ ପାଇଁ ୨ ବର୍ଷରେ ୨୧୫୦ କୋଟି ଟଙ୍କାର ବ୍ୟୟବରାଦ ରହିଛି ।
କେମିତି କରିବେ ଆବେଦନ ?
- ଋଣ ପାଇବାକୁ ସ୍ୱତନ୍ତ୍ର ୱେବସାଇଟରେ ଆବେଦନ ଆରମ୍ଭ ହେବ ।
- https://rhodisha.sov.inlmoghara/ ଲିଙ୍କରେ କ୍ଲିକ୍ କରି ଆବେଦନ କରିପାରିବେ ।
- ଜୁନ୍ ୧୬ରୁ ଆବେଦନ ଆରମ୍ଭ ହେବ ।
- ଆବେଦନ ବେଳେ ପାସପୋର୍ଟ ସାଇଜର ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆବଶ୍ୟକ ।
- ଗୃହ ନିର୍ମାଣର ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯିବ
- ହିତାଧିକାରୀ ଇଚ୍ଛା କଲେ ୧୦ ବର୍ଷ ପୂର୍ବରୁ ଋଣ ପରିଶୋଧ କରିପାରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications